Categories: ଖେଳ

କୋହଲିଙ୍କ ‘ବିରାଟ’ ଫ୍ୟାନ୍‌

ଇସଲମାବାଦ୍‌, ୧୦।୬: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ଦେଶ ବାହାରେ ମଧ୍ୟ ଅଛନ୍ତି। ନିକଟରେ କୋହଲିଙ୍କ ଜଣେ ବିରାଟ ପ୍ରଶଂସକ ପଡୋଶୀ ଦେଶ ପାକିସ୍ତାନରେ ଦେଖିବାକୁ ମିଳିଥିଲା। ସେ ସବୁଜ ରଙ୍ଗର ଟି-ଶାର୍ଟ ପିନ୍ଧିଥିଲେ। ଟି-ଶାର୍ଟର ପଛପଟେ ବିରାଟ ଲେଖାଯିବା ସହ କୋହଲିଙ୍କ ଜର୍ସି ସଂଖ୍ୟା ୧୮ ଲେଖାଯାଇଥିଲା। ଏହି ବ୍ୟକ୍ତି ଜଣଙ୍କର ଫଟୋ ଜଣେ ପ୍ରସିଦ୍ଧ ଖବରଦାତା ଉଠାଇ ନିଜ ଟୁଇଟରରେ ଶେୟାର କରିଥିଲେ। ଏହାପରେ ଫଟୋଟି ଭାଇରାଲ ହୋଇଥିଲା।

Share