Categories: ଖେଳ

କୋହଲିଙ୍କ ‘ବିରାଟ’ ପ୍ରଶଂସକ ଏହି କ୍ରିକେଟରଙ୍କ ଝିଅ: କହିଲେ, ‘ମୁଁ ବିରାଟ କୋହଲି’

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଅଛନ୍ତି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଅଷ୍ଟେଲିଆରେ। କ୍ରିକେଟର ଡେଭିଡ ଓ୍ବାର୍ଣ୍ଣରଙ୍କ କୁନି ଝିଅ ଇଭି ମାଇ ବିରାଟ କୋହଲିଙ୍କ ଜଣେ ବଡ ଫ୍ୟାନ୍‌। ନିକଟରେ ଓ୍ବାର୍ଣ୍ଣରଙ୍କ ସ୍ତ୍ରୀ କ୍ୟାଣ୍ଡିକ୍‌ ସୋସିଆଲ ମିଡିଆରେ ଇଭିଙ୍କ ଭିଡିଓ ଛାଡିଛନ୍ତି। ଯେଉଁ ଭିଡିଓରେ ଇଭା ପିତା ଡେଭିଡ ଓ୍ବାର୍ଣ୍ଣରଙ୍କ ସହ କ୍ରିକେଟ ଖେଳୁଥିବା ଦେଖାଯାଇଛି। ଓ୍ବାର୍ଣ୍ଣର ତାଙ୍କୁ ବୋଲିଂ କରୁଥିବାବେଳେ ଇଭି ‘ଆଇ ଆମ୍‌ ବିରାଟ କୋହଲି’(ମୁଁ ବିରାଟ କୋହଲି), ‘ଆଇ ଆମ୍‌ ବିରାଟ କୋହଲି’ କହି ଚିତ୍କାର କରୁଛନ୍ତି। କ୍ୟାଣ୍ଡିଡ୍‌, ଭିଡିଓ କ୍ୟାପଶନ୍‌ରେ ଲେଖିଛନ୍ତି, ଇଭି ଭାରତରେ ଅଧିକ ସମୟ ବିତାଇଛି, ଭବିଷ୍ୟତରେ ସେ ବିରାଟ କୋହଲି ହେବାର ଲକ୍ଷ୍ୟ ରଖିଛନ୍ତି।

Share