କୋହଲିଙ୍କୁ ଆଲିଙ୍ଗନ କଲେ ରଣବୀର

ଲଣ୍ଡନ, ୧୭।୬: ଇଂଲଣ୍ଡରେ ଚାଲିଥିବା କ୍ରିକେଟ ବିଶ୍ୱକପର ଏକ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୮୯ ରନ୍‌ରେ ପରାସ୍ତ କରିଛି। ରବିବାର ଅନୁଷ୍ଠିତ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ ଦେଖିବା ପାଇଁ ଷ୍ଟାଡିୟମରେ ବହୁ ଭାରତୀୟ ସେଲିବ୍ରିଟି ଉପସ୍ଥିତ ଥିଲେ। ସ୍ରେଫ୍‌ ଅଲ୍ଲୀ ଖାନଙ୍କଠାରୁ ଆରମ୍ଭ କରି ରଣବୀର ସିଂହ ଭାରତୀୟ ଦଳକୁ ଚିୟର କରିବା ପାଇଁ ସେଠାକୁ ଯାଇଥିଲା। ସୈଫ ଅଲ୍ଲୀ ଖାନ୍‌ ଭାରତୀୟ ଦଳର ଜର୍ସି ପିନ୍ଧି ଷ୍ଟାଡିୟମକୁ ଆସିଥିଲେ। ସେହିପରି ରଣବୀର ପଡିଆକୁ ଯାଇ ଭାରତୀୟ ଖେଳାଳିଙ୍କ ସହ ହାତ ମିଳାଇବା ସହ ଅଧିନାୟକ ବିରାଟ କୋହଲିଙ୍କୁ ଆଲିଙ୍ଗନ କରିଥିଲେ। ସୂଚନାଯୋଗ୍ୟ, ଭାରତର ମହାନ ଖେଳାଳି କପିଲ ଦେବଙ୍କ ବାଓପିକ୍‌ ‘୮୩’ରେ ରଣବୀର କପିଲଙ୍କ ଭୂମିକାରେ ନଜର ଆସିବେ। ତାଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିବେ ଦୀପିକା ପାଦୁକୋନ। ରଣବୀର ଏବେ ଏହି ଫିଲ୍ମର ଶୁଟିଂ ପାଇଁ ଲଣ୍ଡନ ଯାଇଛନ୍ତି।

Share