Categories: ଖେଳ

କୋହଲିଙ୍କଠୁ ଆଗରେ ରୋହିତ

ବିଶାଖାପାଟଣା,୧୮।୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଓପନର ରୋହିତ ଶର୍ମା ଚଳିତ ବର୍ଷ ସର୍ବାଧିକ ଦିନିକିଆ ରନ୍‌ କରିବାରେ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। ରୋହିତ ୧୫୯ ରନ୍‌ର ଶତକୀୟ ଇନିଂସ ଖେଳିବା ଅବସରରେ ଏହି ସଫଳତା ପାଇଛନ୍ତି। ୨୦୧୯ ବର୍ଷରେ ରୋହିତ ଏପର୍ଯ୍ୟନ୍ତ ୧୪୨୯ ରନ୍‌ କରିସାରିଛନ୍ତି। ଏହି ତାଲିକାରେ କୋହଲି (୧୨୯୨) ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଓ୍ବେଷ୍ଟଇଣ୍ଡିଜର ଶାଇ ହୋପ (୧୨୨୫) ଓ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ (୧୧୪୧) ରହିଛନ୍ତି।

Share