କୋସକା ଆୟୁର୍ବେଦିକ ଚିକିତ୍ସାଳୟ: ସ୍ଥାୟୀ ଡାକ୍ତର ଅଭାବରୁ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ

ଖଣ୍ଡପଡ଼ା,୧୪ା୧୧ (ସ୍ବ.ପ୍ର.): ଲୋକମାନଙ୍କୁ ଅଳ୍ପ ମୂଲ୍ୟରେ ପ୍ରାକୃତିକ ଉପଚାର ଓ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟ ସରକାର ୧୯୬୮ ମସିହାରୁ ଆୟୁର୍ବେଦିକ ଚିକିତ୍ସା ବ୍ୟବସ୍ଥା ଆରମ୍ଭ କରିଥିଲେ। ଏହି ବ୍ୟବସ୍ଥା ଅନୁଯାୟୀ ଖଣ୍ଡପଡା ବ୍ଲକ କୋସକାଠାରେ ଆୟୁର୍ବେଦିକ ଚିକିତ୍ସାଳୟ ଖୋଲାଯାଇଛି। ହେଲେ ସ୍ଥାୟୀ ଡାକ୍ତର ଅଭାବରୁ ଏଠାରେ ସ୍ବାସ୍ଥ୍ୟସେବା ବାଧାପ୍ରାପ୍ତ ହୋଇଛି।
ନୟାଗଡ଼ ଜିଲାର ୮ ବ୍ଲକ ମଧ୍ୟରୁ ଖଣ୍ଡପଡା ବ୍ଲକର କାଦୁଆ ଜଗନ୍ନାଥ ପ୍ରସାଦ, ସିଧାମୂଳା ଓ କୋସକାରେ ୩ଟି ଆୟୁର୍ବେଦିକ ଚିକିତ୍ସାଳୟ ପ୍ରତିଷ୍ଠା କରାଯାଇଛି। ଏଥିମଧ୍ୟରୁ ଅନେକ ସ୍ଥାନରେ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକ ନାମକୁମାତ୍ର ଚାଲିଛି। କେଉଁଠି ଡାକ୍ତର ପଦବୀ ଖାଲି ପଡ଼ିଛି ତ କେଉଁଠି ଡାକ୍ତର ଥାଇ ମଧ୍ୟ ମାସ ମାସ ଧରି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସୁ ନ ଥିବା ଅଭିଯୋଗ ହେଉଛି। କୋସକା ଆୟୁର୍ବେଦିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଢୋଲମରା, କୁମ୍ଭାରପଡା ଓ କୋସକା ପଞ୍ଚାୟତ ଅଧୀନ ରତାଖଣ୍ଡୀ, ଗୁଡିଆବାରୀ, ଆମ୍ବଅଠା, କୁସୁମଡା, ଲୁହାରଖଣି, ମୁଡକାବାଦ, ସାପୁଆ, ରାଇମ୍ବା ଆଦି ଗ୍ରାମର ହଜାର ହଜାର ଜନସାଧାରଣ ନିର୍ଭର କରିଥାନ୍ତି। ୨୦୦୮ ମସିହାରୁ ଏଠାରେ ସ୍ଥାୟୀ ଭାବେ କୌଣସି ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ନୟାଗଡ଼ ଜିଲାର ବାଲୁଗଁ। ଆୟୁର୍ବେଦିକ ଚିକିତ୍ସାଳୟରେ ନିଯୁକ୍ତି ପାଇଥିବା ଡା. ସୁମିତ୍ରା ବିଶ୍ୱାଳ ଏବେ କୋସକା ଆୟୁର୍ବେଦିକ ଚିକିତ୍ସାଳୟର ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ପ୍ରଶାସନ ସୂତ୍ରରୁ ଜଣାପଡିଛି। ସପ୍ତାହର ବୁଧବାର ଓ ଶନିବାର ୨ଦିନ ସେ ଏଠାକୁ ଆସୁଥିବା ବେଳେ ନିୟମିତ ଆସୁ ନ ଥିବାରୁ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ରୋଗୀମାନଙ୍କ ଅସ୍ଥା ତୁଟି ଯାଉଛି। ସରକାର ନିରାମୟ ଯୋଜନାରେ ପର୍ଯ୍ୟାପ୍ତ ପରିମାଣର ଆୟୁର୍ବେଦିକ ଔଷଧ ଉକ୍ତ ଚିକିତ୍ସାଳୟକୁ ଯୋଗାଇ ଦେଉଛନ୍ତି। ମାତ୍ର ଡାକ୍ତରଙ୍କ ଅଭାବରୁ ରୋଗୀମାନେ ଆବଶ୍ୟକ ପରାମର୍ଶ ଓ ଔଷଧ ପାଇବାରୁ ବଞ୍ଚତ୍ତ ହେଉଥିବା ଅଭିଯୋଗ ହେଉଛି। ଏଠାରେ ଥିବା ଜଣେ ଆୟୁର୍ବେଦିକ ସହାୟକଙ୍କ ଦ୍ୱାରା ଉକ୍ତ ସ୍ବାସ୍ଥ୍ୟକେନ୍ଦ୍ର ପରିଚାଳନା ହେଉଥିବା ବେଳେ ଆବଶ୍ୟକ ସ୍ଥଳେ ସେ ରୋଗୀମାନଙ୍କୁ ଔଷଧ ଦେଇଥାନ୍ତି ବୋଲି ଗ୍ରାମବାସୀଙ୍କଠାରୁ ଜଣାପଡିଛି। ଅଞ୍ଚଳବାସୀ ଓ ଆଞ୍ଚଳିକ ଯୁବଛାତ୍ର ସଂଗଠନର ସଦସ୍ୟମାନେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲାପାଳଙ୍କୁ ଭେଟି ଏହି ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ହେଁ ସୁଫଳ ମିଳି ନ ଥିବା ଅନୁଷ୍ଠାନର ସାମାଜିକ କର୍ମୀ କୈଳାସ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ଏହି ଚିକିତ୍ସାଳୟରେ ଜଣେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦେବାକୁ ଅଞ୍ଚଳର ଜନସାଧାରଣ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସରକାରୀ ନିୟମକୁ ଫୁ’: କେବୁଲ ବିଛାପାଇଁ ଚାଲିଛି ରାସ୍ତାଖୋଳା, ଯାତାୟାତରେ ବାଧା

ତୁମୁଡିବନ୍ଧ,୧୦।୪(ଦୀପକ କୁମାର ପରାସେଠ): ବିଏସଏନଏଲ କେବୁଲ ବିଛା ପାଇଁ ରାସ୍ତା ଖୋଳାଯିବା ଫଳରେ ଯାତାୟାତରେ ବାଧା। ଜାଣିନାହାନ୍ତି ବିଭାଗୀୟ ଅଧିକାରୀ। ଗ୍ରାମବାସୀଙ୍କ ବିରୋଧ। ଧମକ ଦେଉଛି ଠିକାଦାର।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri