କୋଲ୍‌ ଇଣ୍ଡିଆରେ ବିଦେଶୀ ପୁଞ୍ଜିନିବେଶକୁ ବିରୋଧ: ୨୪ରେ ବନ୍ଦ ଡାକରା

ଝାରସୁଗୁଡା ଅଫିସ/ଲଖନପୁର,୨୩।୧୯(ଡି.ଏନ୍‌.ଏ.): କେନ୍ଦ୍ର ସରକାର କୋଲ ଇଣ୍ଡିଆରେ ବିଦେଶୀ ପୁଞ୍ଜିନିବେଶ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିଭିନ୍ନ ଟ୍ରେଡ୍‌ ଯୁନିୟନ ବିରୋଧ କରିଆସୁଛନ୍ତି। ଏହି ପରିପ୍ରେକ୍ଷୀରେ ଏମ୍‌ସିଏଲ୍‌ ଲଖନପୁର କ୍ଷେତ୍ର ଅଧୀନ ବେଲପାହାଡ, ଲଖନପୁର ଆଦି ଖୋଲାମୁହଁ କୋଇଲା ଖଣି ଅଞ୍ଚଳରେ ଭାରତୀୟ ମଜଦୂର ସଂଘ ବିଏମ୍‌ଏସ୍‌ ଯୁନିୟନର କର୍ମଚାରୀମାନେ ପିକେଟିଂକରି ଆନ୍ଦୋଳନ ଚଳାଇଛନ୍ତି। ଟ୍ରେଡ୍‌ ଯୁନିୟନଗୁଡ଼ିକ ଆସନ୍ତା ୨୪ ତାରିଖ ସାରାଦେଶରେ ଦିନିକିଆ କୋଲ୍‌ ଇଣ୍ଡିଆ ବନ୍ଦ ଡାକରା ଦେଇଛନ୍ତି। ବିଏମ୍‌ଏସ୍‌ ପକ୍ଷରୁ ୨୩ରୁ ୨୭ତାରିଖ ବନ୍ଦ ଡାକରା ଦିଆଯାଇଛି। ସୋମବାର କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ବିଏମ୍‌ଏସ୍‌ ସଂଗଠନର ନେତୃବୃନ୍ଦ ଓ କର୍ମଚାରୀମାନେ ବିଭିନ୍ନ ଖଣି ଅଞ୍ଚଳକୁ ଯାଇ ପିକେଟିଂ କରିଛନ୍ତି । ଏଥିରେ କୋଇଲା ଉତ୍ପାଦନ ଓ ପରିବହନ ବାଧାପ୍ରାପ୍ତ ହୋଇଛି ।