କୋଲେଷ୍ଟରଲ୍‌ସ୍ତର କମାଏ ଏହି ଜୁସ୍‌…

ଗହମ ଗଛରୁ ପ୍ରସ୍ତୁତ ଜୁସ୍‌ ପିଇଲେ ଶରୀରର ଅନେକ ଉପକାର ହୋଇଥାଏ। ଏଥିରେ ପ୍ରଚୁର ପରିମାଣରେ କ୍ଲୋରୋଫିଲ୍‌ ରହିଥାଏ। ରକ୍ତହୀନତା ରୋଗୀ ଏହାକୁ ନିୟମିତ ପାନ କଲେ ଶରୀରରେ ରକ୍ତର ପରିମାଣ ବଢ଼ିଥାଏ ବୋଲି ଚିକିତ୍ସା ବିଜ୍ଞାନୀ ପରାମର୍ଶ ଦେଇଥାନ୍ତି। କ୍ଲୋରୋଫିଲ୍‌ ଏବଂ ମଣିଷ ରକ୍ତର ସଂରଚନାରେ ବିଶେଷ କିଛି ପାର୍ଥକ୍ୟ ନ ଥାଏ। କ୍ଲୋରୋଫିଲ୍‌ର ମଝିରେ ମ୍ୟାଗ୍ନେସିୟମ୍‌ ଥିବାବେଳେ ରକ୍ତ ଅଣୁର ସଂରଚନାରେ ମଝିରେ ରହିଥାଏ ଲୌହ। ତେଣୁ ଗହମ ଗଛ ଜୁସ୍‌ ବିକଳ୍ପରକ୍ତ ଭାବେ କାର୍ଯ୍ୟ କରିଥାଏ। ତେବେ ଏହା କିଛି ବାୟୋକେମିକାଲ ପ୍ରତିକ୍ରିୟା ଦ୍ୱାରା ସମ୍ଭବ ହୁଏ। ଗହମ ଗଛ ଜୁସ୍‌ ଶରୀରରେ କୋଲେଷ୍ଟରଲ୍‌ସ୍ତର କମାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଏହାକୁ ସପ୍ତାହରେ ଦୁଇ କିମ୍ବା ତିନି ଥର ସକାଳେ ଖାଲି ପେଟରେ ପିଇଲେ  ହୃଦ୍‌ଘାତ ସମସ୍ୟା ସହିତ ଡାଇବେଟିସ୍‌ ତଥା ବୃକକ ସମସ୍ୟାରୁ ସହଜରେ ମୁକ୍ତି ମିଳିଥାଏ ।

Share