Categories: ଜାତୀୟ

କୋଲକାତାରେ ପହଞ୍ଚିଲେ ଶେଖ୍‌ ହସିନା, ଗାଙ୍ଗୁଲି କଲେ ସ୍ବାଗତ

କୋଲକାତା,୨୨।୧୧: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଶୁକ୍ରବାରଠାରୁ ଐତିହାସିକ ଇଡେନ ଗାର୍ଡେନ୍ସ ମୈଦାନରେ ଦିବାରାତ୍ର ଟେଷ୍ଟ ଖେଳାଯିବ। ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖାଯାଉଛି। ଏହି ମ୍ୟାଚ୍‌କୁ ଉପଭୋଗ କରିବା ପାଇଁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା କୋଲକାତାରେ ପହଞ୍ଚିଛନ୍ତି। ତାଙ୍କୁ ସ୍ବାଗତ କରିଛନ୍ତି ବିସିସିଆଇର ନବନିର୍ବାଚିତ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ଏହି ମ୍ୟାଚ୍‌କୁ ଦେଖିବା ପାଇଁ ଅନେକ ସେଲିବ୍ରିଟି ଷ୍ଟାଡିୟମରେ ଉପସ୍ଥିତ ରହିବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଖେଳ ଜଗତର ଦାମୀଦାମୀ ଚେହେରା ମ୍ୟାଚ୍‌ ଉପଭୋଗ କରିବେ ବୋଲି ଜଣାପଡିଛି।

Share