କୋର୍ଟ ରୁମ୍‌ରେ ଧସେଇ ପଶିଲେ ଲୋକେ

ଅନୁଗୋଳ ଅଫିସ, ୩୦।୭

ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟ କୋର୍ଟରୁମ୍‌ରେ ସୋମବାର ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହେଲେ ନିର୍ଦ୍ଧାରିତ ସମୟର ବହୁ ବିଳମ୍ବରେ ଶିବିର ଆରମ୍ଭ ହେବାରୁ ସେଠାରେ ଅପ୍ରୀତିକର ପରିସ୍ଥିତି ଦେଖାଦେଇଥିଲା। ବର୍ଷା ସତ୍ତ୍ୱେ ଲୋକେ ସେମାନଙ୍କ ଅଭିଯୋଗ ନେଇ ଶିବିରରେ ପହଞ୍ଚତ୍ଥିଲେ। କାର୍ଯ୍ୟକ୍ରମ ଆରମ୍ଭ ହେବା କ୍ଷଣି ଅଭିଯୋଗକାରୀମାନେ ଏକା ସଙ୍ଗରେ କୋର୍ଟରୁମ୍‌ରେ ଧସେଇ ପଶିଥିଲେ। ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ ହୋଇଥିଲେ। ପରେ ଶାନ୍ତିଶୃଙ୍ଖଳାର ସହ ଶିବିର ଆରମ୍ଭ ହୋଇଥିଲା। ମୋଟ ୧୫୮ ଲୋକ ସେମାନଙ୍କ ସମସ୍ୟା ବାବଦରେ ଅଭିଯୋଗ କରିଥିଲେ। ୧୨ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ଚିକିତ୍ସା ପାଇଁ ୪୮ ହଜାର ଟଙ୍କା ଓ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରୁ ୩ ଜଣଙ୍କୁ ୧୫ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଏଥିସହ ଜିଲାପାଳ ଅନ୍ୟମାନଙ୍କ ବ୍ୟକ୍ତିଗତ, ଗ୍ରାମାଞ୍ଚଳ ଓ ଜମିବାଡ଼ି ସମସ୍ୟାର ଶୁଣାଣି କରିଥିଲେ।