Categories: ଜାତୀୟ

କୋର୍ଟରେ ହାଜର ହେଲେ କଲ୍ୟାଣ ସିଂ

ଲକ୍ଷ୍ନୌ,୨୮।୯(ପି.ଟି.): ବାବ୍ରୀ ମସ୍‌ଜିଦ ଭଙ୍ଗ ମାମଲାରେ ବରିଷ୍ଠ ଭାଜପା ନେତା କଲ୍ୟାଣ ସିଂ ଶୁକ୍ରବାର ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର ହୋଇଛନ୍ତି। ସ୍ବତନ୍ତ୍ର ବିଚାରପତି ଏସ୍‌.କେ. ଯାଦବ ତାଙ୍କୁ ଜାମିନ ପ୍ରଦାନ କରିବା ସହ ବ୍ୟକ୍ତିଗତ ହାଜର ହେବାରୁ ବାଦ୍‌ ଦେଇଛନ୍ତି। ଚଳିତ ମାସରେ ରାଜସ୍ଥାନ ରାଜ୍ୟପାଳ ଭାବେ କଲ୍ୟାଣଙ୍କ କାର୍ଯ୍ୟକାଳ ଶେଷ ହେବା ପରେ କୋର୍ଟ ତାଙ୍କୁ ହାଜର ହେବା ଲାଗି ସମନ ଜାରି କରିଥିଲେ। ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଥିବାବେଳେ ୧୯୯୨ ଡିସେମ୍ବର ୬ରେ ବାବ୍ରୀ ମସ୍‌ଜିଦକୁ ଭାଙ୍ଗିଦିଆଯାଇଥିଲା। ଏହି ଷଡ଼ଯନ୍ତ୍ରରେ ଭାଜପା ନେତା ଲାଲ୍‌କୃଷ୍ଣ ଆଡଭାନୀ, ମୁରଲୀ ମନୋହର ଜୋଷୀ, ଉମାଭାରତୀ ପ୍ରମୁଖ ଥିବା ଅଭିଯୋଗ ହୋଇଥିଲା।

Share