କୋର୍ଟରେ ହାଜର ନ ହେଲେ ଖାରଜ ହେବ ସଲମାନଙ୍କ ଜାମିନ

ଯୋଧପୁର,୪।୭: କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ୍‌ ଅଭିନେତା ସଲମାନ ଖାଁ ଯଦି ପରବର୍ତ୍ତି ଶୁଣାଣିରେ କୋର୍ଟରେ ହାଜର ନ ହୁଅନ୍ତି ତେବେ ତାଙ୍କ ଜାମିନ ଖାରଜ କରାଯିବ। ଗୁରୁବାର ଯୋଧପୁର କୋର୍ଟ ଏହା କହିଛନ୍ତି। ସୂଚନାଯୋଗ୍ୟ, ‘ହମ୍‌ ସାଥ୍‌ ସାଥ୍‌ ହୈ’ଫିଲ୍ମର ଶୁଟିଂ ସମୟରେ ବଲିଉଡ୍‌ କଳାକାର ସଲମାନ ଖାଁ ଶୈଫ ଅଲ୍ଲି ଖାଁ, ସୋନାଲି ବେନ୍ଦ୍ରେ, ତବୁ ଓ ନିଲମ ମଧ୍ୟ କୃଷ୍ଣସାର ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା। ଏହାପରେ କୋର୍ଟ ସଲମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡବିଧାନ କରିଥିବା ବେଳେ ସେ ଜାମିନରେ ଅଛନ୍ତି।

Share