କୋର୍ଟରେ ନିଜକୁ ଗୁଳିମାରି ଆତ୍ମହତ୍ୟା ଉଦ୍ୟମ କଲେ ବିଚାରପତି

ବ୍ୟାଙ୍କକ,୫।୧୦: ଥାଇଲାଣ୍ଡରେ ଜଣେ ବିଚାରପତି କୋର୍ଟରେ ନିଜକୁ ଗୁଳିମାରି ଆତ୍ମହତ୍ୟା କରିବାର ଉଦ୍ୟମ କରିଛନ୍ତି। ତାଙ୍କ ରାୟରେ ଅନ୍ୟ ଜଣେ ଉପରିସ୍ଥ ବିଚାରପତି ହସ୍ତକ୍ଷେପ କରିବାରୁ ସେ ଏଭଳି କରିଥିବା କୁହାଯାଉଛି। ସେ ନ୍ୟାୟିକ ସ୍ବତନ୍ତ୍ରତାର ନିରପେକ୍ଷତା ନେଇ ପ୍ରଶ୍ନ କରି ୟାଲାର ଦକ୍ଷିଣ ପ୍ରଦେଶର ବିଚାରପତି ଖାନକୋର୍ନ ପିୟାନାଚାନା ନିଜ ପିସ୍ତଲ ବାହାର କରି ଛାତିକୁ ଗୁଳି କରିିଥିଲେ। ତାଙ୍କର ୨୫ ପୃଷ୍ଠା ସମ୍ବଳିତ ରାୟକୁ ଫେସବୁକ୍‌ରେ ଅପଲୋଡ୍‌ କରାଯାଇଥିଲା। ଏଥିରେ ଉପରିସ୍ଥ ଜଣେ ବିଚାରପତିଙ୍କ ହାତ ଥିବା ସେ କହିଛନ୍ତି।

Share