Categories: ଜାତୀୟ

କୋର୍ଟଙ୍କ ସମୟ ନଷ୍ଟ କରିଥିବା ୭୫ବର୍ଷୀୟ ମହିଳାଙ୍କ ଉପରେ ୧୦ଲକ୍ଷ ଟଙ୍କା ଜରିମାନା

ମୁମ୍ବାଇ, ୨।୬:ଅଦାଲତଙ୍କ ସମୟ ନଷ୍ଟ କରିଥିବା ଜଣେ ୭୫ବର୍ଷୀୟ ମହିଳାଙ୍କ ଉପରେ ୧୦ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି ବମ୍ବେ ହାଇକୋର୍ଟ। ଦକ୍ଷିଣ ମୁମ୍ବାଇ ନିବାସୀ ରେଣୁକା ବାଟଲୀଓ୍ବାଲା ନାମକ ଜଣେ ମହିଳା ଜମି ହଡପ ଘଟଣାରେ ବିଏମସି(ବମ୍ବେ ମହାନଗର ନିଗମ)ବିରୋଧରେ କୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ମହିଳାଙ୍କ ଅଭିଯୋଗ ଅନୁଯାୟୀଳ ୧୯୬୩ରେ ତାଙ୍କ ସମ୍ପର୍କୀୟଙ୍କୁ ବିଏମସି ଲିଜ୍‌ରେ ଜମି ଦେଇଥିଲା। ଯାହାର ଅବଧି ୨୦୦୧ରେ ସରିଥିଲା। ୨୦୦୩ରେ ପୁଣି ବିଏମସି ପକ୍ଷରୁ ଏହି ଅବଧିକୁ ୨୦୩୧ ପର୍ଯ୍ୟନ୍ତ ବଢାଇଦିଆଯାଇଥିଲା। କିନ୍ତୁ ୨୦୦୭ରେ ଏହାକୁ ଆଉ ରିନିୟୁ କରି ନ ଥିଲା। ଫଳରେ ଫେବ୍ରୁଆରୀ ୧ ବିଏମସି ତାଙ୍କ ପ୍ଲଟ୍‌ ହଡପ କରିନେଇଛି ବୋଲି କୋର୍ଟରେ ଲକ ମାମଲା ଦାୟର କରିଥିଲେ। ଯାହାକୁ ଖାରଜ କରି କୋର୍ଟ ମହିଳାଙ୍କ ଉପରେ ୧୦ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି। କୋର୍ଟ କହିଛନ୍ତି, ଦିନକୁ ଦିନ ଏହିଭଳି ମାମଲା ବଢୁଥିବାରୁ ଅଯଥା କୋର୍ଟଙ୍କ ସମୟ ଅପଚୟ ହେଉଛି। ତେଣୁ ଏଭଳି ମାମଲାରେ ଆଗକୁ କଡା ପଦକ୍ଷେପ ନିଆଯିବ ବୋଲି କୋର୍ଟ କହିଛନ୍ତି।

Share