Posted inଖେଳ

କୋର୍ଟକୁ ଯାଇପାରନ୍ତି ୭ ଆଇ-ଲିଗ୍‌ କ୍ଲବ

ନୂଆଦିଲ୍ଲୀ, ୨୫ା୬ (ପି.ଟି.)-ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଯଦି ଇଣ୍ଡିଆନ ସୁପର ଲିଗ୍‌ (ଆଏସ୍‌ଏଲ୍‌)କୁ ବିଧିବଦ୍ଧ ଦେଶର ଟପ୍‌ ଲିଗ୍‌ ଘୋଷଣା କରେ ତେବେ ୭ଟି ଆଇ-ଲିଗ୍‌ କ୍ଲବ ମିଳିତ ଭାବେ କୋର୍ଟଙ୍କ ଦ୍ୱାରସ୍ଥ ହେବେ। ଏହି କ୍ଲବଗୁଡ଼ିକ ହେଲା ମୋହନ ବାଗାନ, ଇଷ୍ଟବେଙ୍ଗଲ, ଚର୍ଚ୍ଚିଲ ବ୍ରଦର୍ସ, ମିନର୍ଭା ପଞ୍ଜାବ ଏଫ୍‌ସି, ଆଇଜଲ ଏଫ୍‌ସି, ନେରୋକା ଏବଂ ଗୋକୁଳମ କେରଳ ଏଫ୍‌ସି। ସେମାନେ ସୋମବାର ନୂଆଦିଲ୍ଲୀରେ ଏକ ବୈଠକରେ ଏକାଠି ହୋଇଥିଲେ। ଏଆଇଏଫ୍‌ଏଫ୍‌ ସାଧାରଣ ସମ୍ପାଦକ କୁଶାଲ ଦାସ ସର୍ବସାଧାରଣରେ ଇଣ୍ଡିଆନ ସୁପର ଲିଗ୍‌କୁ ମୁଖ୍ୟ ଲିଗ୍‌ର ମାନ୍ୟତା ପ୍ରଦାନ କରିଛନ୍ତି। ଜୁଲାଇ ୩ରେ ଏଆଇଏଫ୍‌ଏଫ୍‌ କାର୍ଯ୍ୟନିର୍ବାହୀ କମିଟି ବୈଠକ ବସିବ। ଏଥିରେ ଆଇଏସ୍‌ଏଲ୍‌କୁ ଦେଶର ଟପ୍‌ ଲିଗ୍‌ ଘୋଷଣା କରାଯିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଦାସ ହେଉଛନ୍ତି ଏଆଇଏଫ୍‌ଏଫ୍‌ର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି। ବୈଠକରେ କେବଳ ନାମକୁ ମାତ୍ର ଏହା ଅନୁମୋଦନ ଲାଭ କରିବ ବୋଲି ମିଡିଆ ରିପୋର୍ଟରେ ସୂଚନା ମିଳିଛି। ସୂଚନାଯୋଗ୍ୟ, ପାଉଣା ପ୍ରଦାନ କ୍ଷେତ୍ରରେ ଏଆଇଏଫ୍‌ଏଫ୍‌ ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ଦେଖାଉଛି ଦର୍ଶାଇ ପ୍ରତିବାଦ ସ୍ବରୂପ ନିକଟରେ ୬ଟି ଆଇ-ଲିଗ୍‌ କ୍ଲବ ବିଦ୍ରୋହ କରି ସୁପର କପ୍‌ରୁ ଓହରିଯାଇଥିଲେ।
ଏଆଇଏଫ୍‌ଏଫ୍‌ ନିଷ୍ପତ୍ତିରେ ଆଇଏସଏଲ୍‌ର ପ୍ରମୋଟର ଆଇଏମ୍‌ଜି ରିଲାଏନ୍ସ ହସ୍ତକ୍ଷେପ କରୁଛି ବୋଲି ଯେଉଁ ଅଭିଯୋଗ ହୋଇଛି ଏଆଇଏଫ୍‌ଏଫ୍‌ ସାଧାରଣ ସମ୍ପାଦକ ଦାସ ତାହାର ଖଣ୍ଡନ କରିଛନ୍ତି। ଆଇଏମ୍‌ଜି ରିଲାଏନ୍ସ କମର୍ସିଆଲ ପାର୍ଟନର ହୋଇଥିବାରୁ ବିଶେଷ କରି ବ୍ୟବସାୟିକ କଥାବସ୍ତୁ ନେଇ ଫେଡେରେଶନ ସହିତ ଆଲୋଚନା କରିଥାଏ। ଏହି ସଂସ୍ଥା ଏଆଇଏଫ୍‌ଏଫ୍‌ର କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରି ନ ଥାଏ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ଭାରତର ରୋମାଞ୍ଚକର ବିଜୟ, ଶେଷ ଯାଏ ଲଢ଼ିଲା ନେଦରଲ୍ୟାଣ୍ଡ

ଅହମ୍ମଦାବାଦ,୧୮।୨: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ୍‌ର ଏକ ରୋମାଞ୍ଚକର ମୁକାବିଲାରେ ଭାରତ ୧୭ ରନରେ ନେଦରଲ୍ୟାଣ୍ଡକୁ ପରାସ୍ତ କରିଛି। ଏହି ବିଜୟ ସହ ଭାରତ…

T20 ବିଶ୍ୱକପ୍‌ ୨୦୨୬: ଶିବମ ଦୁବେଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ନେଦରଲାଣ୍ଡ ଆଗରେ ୧୯୪ ରନ୍‌ର ଲକ୍ଷ୍ୟ

ଅହମ୍ମଦାବାଦ,୧୮।୨: T20 ବିଶ୍ୱକପ୍‌ ୨୦୨୬ର ଶେଷ ଗ୍ରୁପ୍‌ ମ୍ୟାଚ୍‌ରେ ଭାରତୀୟ ଦଳ ନେଦରଲାଣ୍ଡ ବିପକ୍ଷରେ ୬ ୱିକେଟ୍ ହରାଇ ୧୯୩ ରନ୍‌ର ଏକ ବଡ ସ୍କୋର ଛିଡ଼ା…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

T20 ବିଶ୍ୱକପ୍‌ ୨୦୨୬: ନେଦରଲାଣ୍ଡ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଅହମ୍ମଦାବାଦ,୧୮।୨: ଟି-୨୦ ବିଶ୍ୱକପ୍‌ ୨୦୨୬ର ଗ୍ରୁପ୍‌-ଏ ମୁକାବିଲାରେ ଭାରତ ଓ ନେଦରଲାଣ୍ଡ ମଧ୍ୟରେ ଲଢ଼େଇ ଆରମ୍ଭ ହୋଇଛି। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…

୧୭ ଜଣଙ୍କୁ ପଛରେ ପକାଇ ଉପରକୁ ଉଠିଲେ ଇଶାନ କିଷାନ

ନୂଆଦିଲ୍ଲୀ,୧୮।୨: ICC ଟି-୨୦ ରାଙ୍କିଙ୍ଗ ପ୍ରକାଶ ପାଇଛି। ଏଥିରେ ପ୍ରଭାବଶାଳୀ ପ୍ରଦର୍ଶନ କରିଥିବା ଇଶାନ କିଷାନଙ୍କ ତାଙ୍କୁ ଶ୍ରେଷ୍ଠ ୧୦ରେ ସ୍ଥାନ ମିଳିଛି। ସେ ୧୭ ବ୍ୟାଟସମ୍ୟାନଙ୍କୁ…

ବାସନ ଧୋଇଲେ ପାକିସ୍ତାନ ଖେଳାଳି: ହୋଟେଲରେ ହେଲେ ହଟହଟା

ଇସଲାମାବାଦ୍‌,୧୮।୨: ପାକିସ୍ତାନ ଜାତୀୟ ହକି ଦଳର ସାମ୍ପ୍ରତିକ ଅଷ୍ଟ୍ରେଲିଆ ଗସ୍ତ ପୁଣି ଥରେ ଦେଶର କ୍ରୀଡ଼ା ପ୍ରଶାସନ ପୋଲ ଖୋଲିଛି। FIH ପ୍ରୋ ଲିଗର ଦ୍ୱିତୀୟ ପର୍ଯ୍ୟାୟକୁ…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri