କୋରୋନା ଭାଇରସ୍‌ ସଂକ୍ରମଣ ମୃତ୍ୟୁସଂଖ୍ୟା ୧୭

ବେଜିଂ,୨୩ା୧(ପି.ଟି.): ଚାଇନାରେ କୋରୋନା ଭାଇରସ୍‌ ସଂକ୍ରମଣ ଜନିତ ମୃତ୍ୟୁସଂଖ୍ୟା ବୁଧବାର ୧୭ରେ ପହଞ୍ଚତ୍ଛି। ଏହି ରୋଗରେ ୪୪୪ ଜଣ ଆକ୍ରାନ୍ତ ହୋଇଛନ୍ତି। ଚାଇନା ନବବର୍ଷ ଓ ସ୍ପ୍ରିଂ ଫେଷ୍ଟିଭାଲ ଛୁଟି ୨୪ରୁ ଆରମ୍ଭ ହେଉଥିବାରୁ ଲକ୍ଷ ଲକ୍ଷ ଚାଇନାବାସୀ ନିଜ ଦେଶ ଓ ବିଦେଶକୁ ଯିବାଆସିବା କରିବେ। ଫଳରେ ଭୂତାଣୁ ସଂକ୍ରମଣ ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଛି। ଏହି ରୋଗର କେନ୍ଦ୍ରସ୍ଥଳ କୁହାଯାଉଥିବା ୟୁହାନର ଲୋକମାନଙ୍କୁ ସହର ବାହାରକୁ ନ ଯିବା ପାଇଁ ବେଜିଂ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି। କୋରୋନା ଭାଇରସ ସଂକ୍ରମଣ ହେଲେ ଜ୍ୱର, କାଶ, ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ଆଦି ଲକ୍ଷଣ ଦେଖାଯାଇଥାଏ। ସ୍ବାଇନ୍‌ ଫ୍ଲୁ, ଇବୋଲା ଭଳି ଏହାକୁ ନେଇ ଅନ୍ତର୍ଜାତୀୟ ଜନସ୍ବାସ୍ଥ୍ୟ ଜରୁରୀ ସ୍ଥିତି ଜାରି କରିବା ଲାଗି ବୁଧବାର ଜେନେଭାରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ବୈଠକ ବସିଥିଲା।

Share