କୋରିଆନ୍‌ ଫିଲ୍ମର ରିମେକ୍‌ କରିପାରନ୍ତି ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖ ଖାଁ କିଛି ଦିନ ହେବ ବଡ ପରଦାରୁ ଦୂରେଇ ରହିଛନ୍ତି। ତାଙ୍କ ହାତରେ ସେମିତି କିଛି ଆଖିଦୃଶିଆ ପ୍ରୋଜେକ୍ଟ ନାହିଁ କହିଲେ ଚଳେ। ଏବେ ଶୁଣିବାକୁ ମିଳିଛି କି ଶାହାରୁଖ ଖାଁଙ୍କ ଟିମ୍‌ କୋରିଆନ୍‌ ଫିଲ୍ମ ‘ଏ ହାର୍ଡ ଡେ’ର ହିନ୍ଦୀ ରିମେକ୍‌ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଏହି ଫିଲ୍ମର ରାଇଟ୍ସ କିଣିବା ପାଇଁ ଶାହାରୁଖ ବହୁ ଅର୍ଥ ବ୍ୟୟ କରିଥିବା କୁହାଯାଏ। ତେବେ ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଶାହାରୁଖ ନିର୍ଦ୍ଦେଶକ ସୁଜୟ ଘୋଷଙ୍କୁ ନେଇପାରନ୍ତି ବୋଲି କୁହାଯାଉଛି। ‘ଏ ହାର୍ଡ ଡେ’ର କାହାଣୀ ହେଉଛି ଜଣେ ବ୍ୟକ୍ତି ଭୁଲରେ ନିଜ କାର୍‌ରେ ଜଣେ ବ୍ୟକ୍ତିଙ୍କୁ ମାରି ଦେଉଛନ୍ତି। ଆଉ ଏହାକୁ ଲୁଚାଇବାକୁ ଯାଇ ସେ ତାଙ୍କ ମା’ଙ୍କ ଅନ୍ତିମ ସଂସ୍କାର ସମୟରେ ସେହି ମୃତବ୍ୟକ୍ତିଙ୍କ ସଂସ୍କାର କରିବାକୁ ଚେଷ୍ଟା କରିଛନ୍ତି। ଶାହାରୁଖ ଚଳିତ ବର୍ଷ ପୁଣିଥରେ ବଡ ପରଦାକୁ ଫେରିବେ ବୋଲି ପୂର୍ବରୁ ଘୋଷଣା କରିଥିବା ବେଳେ ଏବେ ତାଙ୍କ ପ୍ରଶଂସକମାନେ ତାଙ୍କର ଆଗାମୀ ପ୍ରୋଜେକ୍ଟକୁ ଅପେକ୍ଷା ରଖିଛନ୍ତି। ହେଲେ ସେ କେବେ ଫେରିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Share