କୋରାପୁଟ: ସୋମବାର ୧୭୧୮.୬ ମିମି ବର୍ଷା ରେକର୍ଡ, କୋଟପାଡ଼ରେ ସର୍ବାଧିକ

କୋରାପୁଟ,୨୯।୭(ସ୍ବ.ପ୍ର.)- କୋରାପୁଟ ଜିଲାରେ ସୋମବାର ୧୭୨୮.୬ ମିଲିମିଟର ବର୍ଷା ହୋଇଥିବାବେଳେ ଜିଲାର କୋଟପାଡ ବ୍ଲକରେ ସର୍ବାଧିକ ୧୯୩ ମିମି ବର୍ଷା ହୋଇଥିବା ଜିଲା ଜରୁରୀ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି। ସେହିପରି ଜିଲାର ବୈପାରିଗୁଡା ବ୍ଲକରେ୧୭୫ ମିମି ବର୍ଷା ହୋଇଥିବାବେଳେ କୁନ୍ଦ୍ରା ବ୍ଲକରେ ୧୨୮.୬ ମିମି ବର୍ଷା ହୋଇଛି। ସେହିପରି ଲମତାପୁଟ ବ୍ଲକରେ ୧୧୪.୪ ମିମି ବର୍ଷା ହୋଇଥିବାବେଳେ ନନ୍ଦପୁର ବ୍ଲକରେ ୬୯.୬ ମିମି, ପଟ୍ଟାଙ୍ଗି ବ୍ଲକର ୭୦.୨ ମିମି, କୋରାପୁଟ ବ୍ଲକରେ ୧୨୮ ମିମି, ସେମିଳିଗୁଡା ବ୍ଲକରେ ୧୨୮.୪ ମିମି, ବନ୍ଧଗାଁ ବ୍ଲକରେ ୧୨୫ ମିମି, ନାରାୟଣପାଟଣା ବ୍ଲକରେ ୫୧.୨ ମିମି, ଲକ୍ଷ୍ମୀପୁର ବ୍ଲକରେ ୭୨ ମିମି ବର୍ଷା, ଜୟପୁର ବ୍ଲକରେ ୧୪୯.୬ ମିମି, ବୋରିଗୁମ୍ମା ବ୍ଳକରେ ୧୨୦.୬ ମିମି ବର୍ଷା ହୋଇଥିବାବେଳେ ଦଶମନ୍ତପୁର ବ୍ଲକରେ ୧୭୩ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ସୂଚନା ଦେଇଛନ୍ତି। ଜିଲାର ବିଭିନ୍ନ ସ୍ଥାନରେ ଜମି ବର୍ଷା ପାଣିରେ ବୁଡିଯାଇଥିବା ଜଣାଯାଇଛି।