କୋରାପୁଟ ଜିଲାରେ ୬୩୫ ମିଲିମିଟର ବର୍ଷା ରେକର୍ଡ: କୋଟପାଡ଼ ବ୍ଲକରେ ସର୍ବାଧିକ

କୋରାପୁଟ,୧୩।୮(ସ୍ବ.ପ୍ର): ୨ ଦିନ ହେବ ବର୍ଷା ଲାଗି ରହିଥିବା ବେଳେ କୋରାପୁଟ ଜିଲାରେ ମଙ୍ଗଳବାର ୬୩୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। କୋଟପାଡ଼ ବ୍ଲକରେ ସର୍ବାଧିକ ୧୨୫ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାଯାଇଛି ା ସେହିପରି ଜିଲା କୋରାପୁଟ ବ୍ଲକରେ ୪୬.୮ ମିମି ବର୍ଷା ହୋଇଥିବାବେଳେ ଲମତାପୁଟ ବ୍ଲକରେ ୬୫.୪, ପଟ୍ଟାଙ୍ଗିରେ ବ୍ଲକରେ ୧୯ ମିମି, ବନ୍ଧୁଗାଁରେ ୧୩ ମିମି, ନନ୍ଦପୁରରେ ୩୬.୪ ମିମି, ଦଶମନ୍ତପୁରରେ ୩୦ ମିମି, ଲକ୍ଷ୍ମୀପୁରରେ ୨୨ ମିମି, ସେମିଳିଗୁଡାରେ ୨୭ ମିମି, ଜୟପୁରରେ ୬୬.୨ ମିମି, କୁନ୍ଦ୍ରାରେ ୬୨ ମିମି, ବୋରିଗୁମ୍ମାରେ ୪୦.୮ମିମି, ବୈପାରିଗୁଡା ବ୍ଲକରେ ୮୨ ମିମି ବର୍ଷା ହୋଇଛି। ନାରାୟଣପାଟଣା ବ୍ଲକରେ ଆଦୌ ବର୍ଷା ହୋଇ ନ ଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।