Categories: ଜାତୀୟ

କୋମଳମତି ଶିଶୁଙ୍କଠାରୁ ଉପହାର ଗ୍ରହଣ କଲେ ମେଲାନିଆ

ନୂଆଦିଲ୍ଲୀ,୨୫।୨: ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ମଙ୍ଗଳବାର ଦିଲ୍ଲୀର ନାନକପୁରାରେ ଥିବା ସର୍ବୋଦୟ କୋ-ଏଡ ସିନିଅର ସେକେଣ୍ଡାରୀ ସ୍କୁଲ ଯାଇଥିଲେ। ସେଠାରେ ସେ ପିଲାମାନଙ୍କ ସହ ହାପିନେସ୍‌ କ୍ଲାସରେ ଯୋଗ ଦେଇଥିଲେ। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଓ ପିଲାମାନଙ୍କ ସହ ବେଶ୍‌ କିଛି ସମୟ କାଟିଥିଲେ ମେଲାନିଆ। ଏହି ସମୟରେ ପିଲାମାନେ ନିଜ ହାତରେ ତିଆରି କରିଥିବା କିଛି ମଧୁବନି ପେଣ୍ଟିଂଙ୍କୁ ଆମେରିକାର ଫାଷ୍ଟ ଲେଡିଙ୍କୁ ଉପହାର ଭାବେ ଭେଟି ଦେଇଥିଲେ। ଆଉ ସେ ମଧ୍ୟ ଏହାକୁ ଖୁସିରେ ଗ୍ରହଣ କରିବା ସହ ପିଲାମାନଙ୍କୁ ଆଲିଙ୍ଗନ କରିଥିଲେ।

Share