Categories: ଜାତୀୟ

କୋଭିଡ-୧୯: ୧୭ ହଜାର କଏଦୀଙ୍କୁ ମିଳିବ ପାରୋଲ

ମୁମ୍ବାଇ,୧୨।୫: କରୋନା ଭାଇରସ ସଂକ୍ରମଣ ଏବେ ମହାରାଷ୍ଟ୍ରରେ ସର୍ବାଧିକ ଥିବା ବେଳେ ଏହାକୁ ରୋକିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏବେ ମହାରାଷ୍ଟ୍ରର ବିଭିନ୍ନ ଜେଲରେ ବନ୍ଦୀଥିବା ପାଖାପାଖି ୩୫,୦୦୦ କଏଦୀଙ୍କ ମଧ୍ୟରୁ ୧୭,୦୦୦ କଏଦୀଙ୍କୁ ଅସ୍ଥାୟୀ ପାରୋଲ ମିଳିବ ବୋଲି ସରକାର କହିଛନ୍ତି। ମୁମ୍ବାଇର ଅର୍ଥର ରୋଡରେ ଥିବା ଜେଲରେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ କଏଦୀ କରୋନାରେ ସଂକ୍ରମିତ ହେବା ପରେ ଭିଡ କମାଇବାକୁ ଯାଇ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି।

Share