କୋଭିଡ-୧୯ ହସ୍‌ପିଟାଲର ସ୍ଥିତି ସମୀକ୍ଷା

ବାଲେଶ୍ୱର ଅଫିସ,୧୬।୪- ରାଜ୍ୟସରକାରଙ୍କର ବରିଷ୍ଠ ଅଧିକାରୀମାନ କରୋନା ସ୍ଥିତି ଓ ତାର ମୁକାବିଲା ପାଇଁ ପ୍ରସ୍ତୁତ କୋଭିଡ଼-୧୯ ହସ୍‌ପିଟାଲର ଚିକିତ୍ସା ପାଇଁ କରାଯାଇଥିବା ବ୍ୟବସ୍ଥାର ଅନୁଧ୍ୟାନ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ.ପାଣ୍ଡିଆନ ଗୁରୁବାର ମଧ୍ୟାହ୍ନରେ ବାଲେଶ୍ୱର କୁରୁଡା ସ୍ଥିତ ଜ୍ୟୋତି ହସ୍‌ପିଟାଲରେ ପହଞ୍ଚିଥିଲେ। ଲକଡାଉନ ସମୟରେ ସରକାରଙ୍କ ତରଫରୁ ନିଆଯାଇଥିବା ପଦକ୍ଷପ ଓ କରୋନା ପ୍ରବାବିତ ଚିକିତ୍ସା ପାଇଁ ଗ୍ରହଣ କରାଯାଇଥିବା ବ୍ୟବସ୍ଥା ସମ୍ପର୍କରେ ପୋଲିସ ଓ ଡାକ୍ତରଙ୍କ ଆଲୋଚନା କରିବା ସହ ସ୍ଥିତି ସମୀକ୍ଷା କରିଥିଲେ। ଗତ ସୋମବାର ବାଲେଶ୍ୱର କୁରୁଡ଼ା ସ୍ଥିତ ଜ୍ୟୋତି ହସ୍‌ପିଟାଲରେ କୋଭିଡ଼-୧୯ ହସ୍‌ପିଟାଲ କାର୍ଯ୍ୟକ୍ଷମ କରାଯାଇଥିଲା। ଏଠାରେ ରୋଗୀଙ୍କ ଚିକିତ୍ସା ମାଗଣାରେ କରାଯିବ। ଏହି ହସ୍‌ପିଟାଲରେ ୧୨ଟି ଆଇସିୟୁ ଶଯ୍ୟା (ଭେଣ୍ଟିଲେଟର ସହିତ), ୮ଟି ଏଚ୍‌ଡିୟୁ ଶଯ୍ୟା ଏବଂ ୧୦୦ଟି ସାଧାରଣ ଶଯ୍ୟାର ସୁବିଧା ରହିଛି। ଡା. ଦୁଲାଲସେନ ଜଗଦ୍ଦେଓ ଏହାର ପ୍ରାଧିକୃତ ଚିକିତ୍ସା ଅଧିକାରୀ ଏବଂ ବନଖଣ୍ଡ ଅଧିକାରୀ ବିଶ୍ୱରାଜ ପଣ୍ଡାଙ୍କୁ କୋଭିଡ ହସ୍‌ପିଟାଲର ପ୍ରାଧିକୃତ ବ୍ୟକ୍ତି ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ମୁଖ୍ୟ ସଚିବଙ୍କ ସହିତ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ,ପୂର୍ବାଞ୍ଚଳ ଆରକ୍ଷୀ ନିରିକ୍ଷକ ଦିପ୍‌ତେସ ପଟନାୟ. ଜିଲା ଆରକ୍ଷୀ ଅଧୀକ୍ଷକ ବି.ଯୁଗଳ କିଶୋର, ଜିଲା ଚିକିତ୍ସାଧିକାରୀ ବାନାର୍ଜୀ ପ୍ରଶାଦ ଛୋଟରାଏ ପ୍ରମୁଖ ସାମାଜିକ ଦୂରତା ବଜାୟ ରଖି ସମସ୍ତ ବିଷୟ ଆଲୋଚନା କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବନ ବିଭାଗରେ ନିୟୋଜିତ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ମହଙ୍ଗା ପଡ଼ିଲା ସରକାରୀ ଗାଡ଼ିରେ ବେସରକାରୀ କାମ

ବଣାଇଁ,୧୨ା୬(ପ୍ରଦୀପ ତ୍ରିପାଠୀ): ରାଜାମୁଣ୍ଡା କୋଇଡା ୫୨୦ ନମ୍ବର ଜାତୀୟ ରାଜପଥର କେ. ବଲାଙ୍ଗ ଥାନା ନିକଟରେ ଗୁରୁବାର ରାତିରେ ହାଇଓ୍ବା ପଛରେ ଏକ ବୋଲେରୋ ପିଟି ହୋଇ…

କାଲି ସକାଳୁ ମାଡ଼ି ଆସୁଛି ବର୍ଷା! ଏସବୁ ଜିଲାକୁ ହାଇ ଆଲର୍ଟ…

ନୂଆଦିଲ୍ଲୀ,୧୨।୬: ଆଇଏମଡି (IMD) ର ସୂଚନା ଅନୁଯାୟୀ, ଜୁନ ୪ ରେ କେରଳରେ ପ୍ରବେଶ କରିବା ପରେ ମୌସୁମୀ ମାତ୍ର ୮ ଦିନ ମଧ୍ୟରେ ୧୭ଟି ରାଜ୍ୟକୁ…

ମମତା ବାନାର୍ଜୀଙ୍କ ବିରୋଧରେFIR; ବଢ଼ିଲା ଅଡୁଆ

କୋଲକାତା,୧୨।୬: କ୍ଷମତା ହରାଇବା ପରଠାରୁ ପଶ୍ଚିମବଙ୍ଗର ପୂର୍ୱତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମସ୍ୟା କ୍ରମାଗତ ଭାବରେ ବଢ଼ିବାରେ ଲାଗିଛି। ସାମ୍ପ୍ରଦାୟିକ ମନ୍ତବ୍ୟ ସମ୍ପର୍କରେ ତାଙ୍କ ବିରୋଧରେ ହ୍ୟାରେ…

କେନାଲରୁ ମିଳିଲା ଯୁବକଙ୍କ ମୃତଦେହ, ଭଉଣୀ-ଭିଣୋଇଙ୍କୁ ଅଟକ ରଖି…

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ରାଇପୁର ଗାଁର କାହ୍ନୁ ସେଠୀ ନାମକ ଜଣେ ଯୁବକଙ୍କ ମୃତଦେହ ତୋଟା ସାହି ପାଳୁଅ ବାରି କେନାଲରୁ ଶୁକ୍ରବାର ଉଦ୍ଧାର…

ଯୁବ ଭୋଟର ଦେଶର ଭବିଷ୍ୟତ: ଏସଆଇଆର ଉପରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୁକ୍ରବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଏସ ଆଇ ଆର ଉପରେ ଏକ ସଚେତନତା…

ସାବଧାନ! ପେଟ୍ରୋଲ-ଡିଜେଲ କିଣିବା ଉପରେ ଲାଗିଲା କଟକଣା: ଏତିକି ଲିଟରରୁ ଅଧିକ ମିଳିବନି ତେଲ, ଉଲ୍ଲଂଘନ କଲେ ଜେଲ୍‌!

ନୂଆଦିଲ୍ଲୀ,୧୨।୬: ପେଟ୍ରୋଲ ଏବଂ ଡିଜେଲ ଯୋଗାଣକୁ ନେଇ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟ ପେଟ୍ରୋଲ ପମ୍ପଗୁଡ଼ିକରୁ ଇନ୍ଧନ…

ବିଡିଓଙ୍କୁ ଗାଡ଼ି ଉପରକୁ ଟେକାପଥର ମାଡ଼

ନୟାଗଡ଼,୧୨ା୬(ଲୋକନାଥ ମିଶ୍ର/ପ୍ରକାଶ କୁମାର ପାଣି): ନୟାଗଡ଼ ଜିଲା ଦଶପଲା ବ୍ଲକ ନଛିପୁରରେ ଦଶପଲ୍ଲା ବିଡିଓ ଶରତ ମଲିକଙ୍କ ଗାଡ଼ି ଉପରକୁ ଟେକାପଥରମାଡ଼ ହୋଇଛି। ବିଡିଓ ନିର୍ବାଚନ କାର୍ଯ୍ୟରେ…

୫ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ବାନ୍ଧିଲା ପୋଲିସ: ୨ ବନ୍ଧୁକ ସହ ୩ ଜୀବନ୍ତ…

ଭଞ୍ଜନଗର,୧୨।୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଶୁକ୍ରବାର ବାରୁଡ଼ା ଗ୍ରାମର ଏକ ଗଣ୍ତଗୋଳ ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଗନ୍ନାଥପ୍ରସାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri