କୋଭିଡ-୧୯: ଲିଡ୍ସ କିମ୍ବଦନ୍ତୀ ଫୁଟବଲର ହଣ୍ଟରଙ୍କ ପରଲୋକ

ଲଣ୍ଡନ,୧୭।୪(ଏଏଫ୍‌ପି): ଲିଡ୍ସ କିମ୍ବଦନ୍ତୀ ତଥା ଇଂଲଣ୍ଡ ପୂର୍ବତନ ଫୁଟବଲର ନର୍ମାନ ହଣ୍ଟର ୭୬ ବର୍ଷରେ ମୃତ୍ୟୁବରଣ କରିଛନ୍ତି। କୋଭିଡ-୧୯ ସଂକ୍ରମଣ କାରଣରୁ ସେ ପରଲୋଗ ଗମନ କରିଛନ୍ତି ବୋଲି ଶୁକ୍ରବାର ତାଙ୍କ ପୂର୍ବତନ କ୍ଲବ ଲିଡ୍ସ ତରଫରୁ ସୂଚନା ଦିଆଯାଇଛି। କରୋନା ଭାଇରସ ସଂକ୍ରମଣ କାରଣରୁ ହଣ୍ଟରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷାରେ ସେ ପଜିଟିଭ ବୋଲି ସ୍ପଷ୍ଟ ହୋଇଥିଲା। କିଛି ଦିନ ଚିକିତ୍ସିତ ହେବା ପରେ ସେ ପ୍ରାଣ ହରାଇଛନ୍ତି। ଏହା ନିଶ୍ଚିତ ଭାବେ ଏକ ଦୁଃଖ ଦାୟକ ଖବର ବୋଲି ଲିଡ୍ସ କ୍ଲବ କହିଛି। ଇଂଲଣ୍ଡର ଏହି ପୂର୍ବତନ ସେଣ୍ଟର ହାଫ୍‌ ୟର୍କସାୟାର ଲିଡ୍ସ କ୍ଲବ ତରଫରୁ ୭୨୬ଟି ମ୍ୟାଚ୍‌ ଖେଳି ୨୧ ଟି ଗୋଲ ସ୍କୋର କରିଥିଲେ। ୬୦ ଓ ୭୦ ଦର୍ଶକରେ ଅସାଧାରଣ ପ୍ରଦର୍ଶନ କରି ସେ ବିଶ୍ୱ ଫୁଟବଲ୍‌ରେ ନିଜର ପରିଚୟ ସୃଷ୍ଟି କରିଥିଲେ। ଲିଡ୍ସ ଓ ଇଂଲଣ୍ଡ ତରଫରୁ ଖେଳିବା ସହ ସେ ବ୍ରିଷ୍ଟଲ ସିଟି, ବାନର୍‌ସଲି ତରଫରୁ ମଧ୍ୟ ଖେଳି ବେଶ୍‌ ସଫଳ ହୋଇଥିଲେ। ନିଜ କ୍ୟାରିୟରରେ ସେ ଜଣେ ଉଚ୍ଚକୋଟୀର ସେଣ୍ଟର ହାଫ୍‌ ଓ ଡିଫେନ୍ସିଭ୍‌ ମିଡ୍‌ଫିଲ୍ଡର ଭାବେ ଜଣାଶୁଣା ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri