କୋଭିଡ-୧୯: ମ୍ୟାକ୍‌ଏନ୍‌ରୋ କରୋନା ପଜିଟିଭ୍‌

ଓ୍ବାଶିଂଟନ,୧ା୪(ଏ.ପି.)- ଆମେରିକାର ପୂର୍ବତନ ଡେଭିସ କପ୍‌ ଅଧିନାୟକ ପାଟ୍ରିକ୍‌ ମେକ୍‌ଏନ୍‌ରୋ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ସେ ଏ ନେଇ ସମସ୍ତଙ୍କୁ ଜଣାଇଛନ୍ତି। ମେକ୍‌ଏନ୍‌ରୋ ହେଉଛନ୍ତି ୮ଥର ମେଜର ଚାମ୍ପିୟନ ଜନ୍‌ ମ୍ୟାନଏନ୍‌ରୋଙ୍କ ସାନ ଭାଇ। ୧୦ ଦିନ ତଳେ କରୋନା ଭାଇରସ ସମ୍ପର୍କିତ କେତେକ ଲକ୍ଷଣ ଦେଖା ଦେବାରୁ ସେ ନିଜର ପରୀକ୍ଷା କରାଇଥିଲେ। ଶେଷରେ ସେ ପଜିଟିଭ୍‌ ବୋଲି ଜଣା ପଡିଥିଲା। ତେବେ ବର୍ତ୍ତମାନ ଏହି ଲକ୍ଷଣ ଆଉ ଦେଖଯାଇନାହିଁ ଓ ମୁଁ ଶତପ୍ରତିଶତ ସୁସ୍ଥ ଅନୁଭବ କରୁଛି ବୋଲି ମ୍ୟାକ୍‌ଏନ୍‌ରେ କହିଛନ୍ତି।
ଜଣେ ଟେନିସ ଖେଳାଳିଭାବେ ସେ ୧୯୮୯ରେ ସେ ଫ୍ରେଞ୍ଚ୍‌ ଓପନ ଜିତିଥିଲେ। ସେ ସିଙ୍ଗଲ୍ସରେ ଗୋଟିଏ ଓ ଡବଲ୍ସରେ ୧୬ଟି ଟୁର୍ନାମେଣ୍ଟରେ ବିଜୟୀ ହୋଇଥିଲେ। ବଡ଼ ଭାଇ ଜନ୍‌ଙ୍କ ପରେ ଡେଭିସ୍‌ କପ୍‌ ନେତୃତ୍ୱ ନେଇଥିଲେ ଓ ପାଖାପାଖି ୧୦ ବର୍ଷ ଦାୟିତ୍ୱ ସମ୍ପାଦନ କରିଥିଲେ। ୨୦୦୭ରେ ସେ ଆମେରିକାକୁ ଡେଭିସ୍‌ କପ୍‌ ଚାମ୍ପିୟନ କରାଇଥିଲେ। ସେ ମଧ୍ୟ ୟୁଏସ୍‌ ଟେନିସ ଆସୋସିଏଶନର ପ୍ଲେୟାର ଡେଭଲପମଣ୍ଟେର ଜେନେରାଲ ମ୍ୟାନେଜର ଭାବେ ସଫଳତାର ସହ କାର୍ଯ୍ୟ କରିଥିଲେ। ସେ ଓ ତାଙ୍କ ଭାଇ ଏବେ ଟେନିସ ମ୍ୟାଚ୍‌ରେ ଟିଭି ଆନାଲିଷ୍ଟ ଭାବେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

ଗତ ୨ ବର୍ଷରେ ୧୧ ହଜାର ଇଞ୍ଜିନିୟର ୫ ହଜାର ଡାକ୍ତର ଦେଶ ଛାଡିଛନ୍ତି, କାହିଁକି ପାକିସ୍ତାନର ହେଉଛି ଏମିତି ଅବସ୍ଥା?ଜାଣନ୍ତୁ…

ଇସଲମାବାଦ,୨୭।୧୨: ପାକିସ୍ତାନ ବର୍ତ୍ତମାନ ଇତିହାସରେ ସବୁଠାରୁ ଗୁରୁତର ପ୍ରତିଭା ପ୍ରସ୍ଥାନର ସମ୍ମୁଖୀନ ହେଉଛି। ଆର୍ଥିକ ଦୁର୍ଦ୍ଦଶା, ରାଜନୈତିକ ଅନିଶ୍ଚିତତା ଏବଂ ବୃତ୍ତିଗତ ସୁଯୋଗର ଅଭାବ ଏପରି...

ଓମ୍‌ସାର ଆନ୍ଦୋଳନ ଆଜି ବି ଜାରି: ଆଉଟ୍‌ଡୋରରେ ଘଣ୍ଟାଏ ରୋଗୀସେବା ବନ୍ଦ

ଛତ୍ରପୁର,୨୭ା୧୨(ଦିଲ୍ଲୀପ ସାମଲ): ସାରା ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଏହି ପଦବୀ ସବୁ ପୂରଣ କରିବା...

ମ୍ୟାଚ ପୂର୍ବରୁ ପଡ଼ିଆରେ କୋଚ୍‌ଙ୍କୁ ଆସିଲା ହୃଦ୍‌ଘାତ, ଆଉ ତା’ପରେ…

ନୂଆଦିଲ୍ଲୀ,୨୭।୧୨: ବାଂଲାଦେଶ ପ୍ରିମିୟର ଲିଗ ଶୁକ୍ରବାର, ଡିସେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିଲା। ଲିଗର ଦ୍ୱିତୀୟ ଦିନରେ ଆଜି ଏକ ଦୁଃଖଦ ଖବର ପ୍ରକାଶ ପାଇଛି।...

ବର୍ଷା-ଗୁଲୁଆଙ୍କୁ ନେଇ ମୁହଁ ଖୋଲିଲେ ସାଙ୍ଗ, କହୁକହୁ କହିଦେଲେ ଭିତିରି କଥା…

ଭୁବନେଶ୍ୱର,୨୭ା୧୨: ଥମୁନି ୟୁଟ୍ୟୁବର ଦମ୍ପତି ତଥା କମେଡିଆନ ଗୁଲୁଆ-ବର୍ଷାଙ୍କ ବିବାଦ। ତାଙ୍କ ସହ ଅତି ନିକଟତର ଥିବା ଜଣଙ୍କ ପରେ ଜଣେ ବ୍ୟକ୍ତି ମିଡିଆ ସାମ୍ନାକୁ...

ଅଷ୍ଟ୍ରେଲିଆର ପରାଜୟ ଭାରତ ପାଇଁ ଲାଭ, ଜାଣନ୍ତୁ ଇଂଲଣ୍ଡର ବିଜୟ ପରେ କେତେ ବଦଳିଲା ପଏଣ୍ଟ ଟେବୁଲ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ବନାମ ଇଂଲଣ୍ଡ ବକ୍ସିଂ ଡେ ଟେଷ୍ଟ ମାତ୍ର ଦୁଇ ଦିନ ମଧ୍ୟରେ ଶେଷ ହୋଇଥିଲା। ପ୍ରଥମ ଦିନରେ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୧୫୨...

୫ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକଙ୍କ ଅସଦାଚରଣ ଅଭିଯୋଗ: ବାନ୍ଧିଲା ପୋଲିସ

ବାରିପଦା,୨୭ା୧୨: ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ଜଣେ ଶିକ୍ଷକ। ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲା-ଝାରପୋଖରିଆ ଥାନା...

World Richest Indian-Origin: ବିଶ୍ୱର ସବଠାରୁ ଧନୀ ଭାରତୀୟ ମୂଳ ବାସିନ୍ଦା CEO ହେଲେ ଜୟଶ୍ରୀ ଉଲ୍ଲାଲ,ପଛରେ ରହିଗଲେ…

ନୂଆଦିଲ୍ଲୀ,୨୭।୧୨: ବହୁ ବର୍ଷ ଧରି, ଯେତେବେଳେ ବି ବିଶ୍ୱ ଟେକ ଇଣ୍ଡଷ୍ଟ୍ରି ବା ଶିଳ୍ପ ସବୁଠାରୁ ଧନୀ ଭାରତୀୟ ବଂଶୋଦ୍ଭବ ସିଇଓଙ୍କ ବିଷୟରେ ଆଲୋଚନା କରୁଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri