କୋଭିଡ-୧୯ ମୁକାବିଲା: ୫୧ ଲକ୍ଷ ଟଙ୍କା ଦେବ ସିସିଆଇ

ମୁମ୍ବାଇ,୧୭।୪(ପି.ଟି.): କୋଭିଡ୍‌-୧୯ ମୁକାବିଲାରେ ଏବେ ସାମିଲ ହୋଇଛି କ୍ରିକେଟ କ୍ଲବ ଅଫ୍‌ ଇଣ୍ଡିଆ (ସିସିଆଇ)। କରୋନା ଭାଇରସ ମୁକାବିଲା ପାଇଁ ସିସିଆଇ ୫୧ ଲକ୍ଷ ଟଙ୍କା ଦାନ କରିବାକୁ ଶୁକ୍ରବାର ଘୋଷଣା କରିଛି। ଏହି ଅର୍ଥ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡକୁ ପ୍ରଦାନ କରାଯିବ ବୋଲି ସିସିଆଇ ଅଧ୍ୟକ୍ଷ ପ୍ରେମାଲ ଉଡାନୀ କହିଛନ୍ତି। ଏଥିସହିତ ଅତିରିକ୍ତ ୫୦ ଲକ୍ଷ ଟଙ୍କାର ପାଣ୍ଠି କ୍ଲବର ସଦସ୍ୟମାନଙ୍କୁଠାରୁ ସଂଗ୍ରହ କରାଯିବ। ବାକି ୫୦ ଲକ୍ଷ ଟଙ୍କା ସମାଜ ମଙ୍ଗଳ କାର୍ଯ୍ୟରେ ବିନିଯୋଗ ହେବ ବୋଲି ଉଡାନୀ କହିଛନ୍ତି। ଉଲ୍ଲେଖଥାଉ କି, ସିସିଆଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଆସୋସିଏଟ ସଦସ୍ୟ ଭାବେ ବେଶ୍‌ ସକ୍ରିୟ ରହିଛି। ବ୍ରାବୋର୍ଣ୍ଣ ଷ୍ଟାଡିୟମରେ ସିସିଆଇ ଅନ୍ତର୍ଜାତୀୟ ଟେଷ୍ଟ ଓ ଦିନିକିଆ ମ୍ୟାଚ୍‌ ସଫଳତାର ସହ ଆୟୋଜନ କରିଛି। ଉଲ୍ଲେଖଥାଉ କି, କରୋନା ଭାଇରସ୍‌ ଦ୍ୱାରା ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଓ ୩୦୦୦ରୁ ଊର୍ଦ୍ଧ୍ୱ ଲୋକ ଏଥିରେ ସଂକ୍ରମିତ ହୋଇଛନ୍ତି।

Share