କୋଭିଡ-୧୯ ମୁକାବିଲା: ନିଜର ଏକ ମାସର ଦରମା ପ୍ରଦାନ କଲେ ନୀଳଗିରି ବିଧାୟକ

ସଜନାଗଡ଼,୩।୪(ଡି.ଏନ୍‌.ଏ.): କରୋନା ମହାମାରୀ ସହ ମୁକାବିଲା ଲାଗି କେନ୍ଦ୍ର ତଥା ରାଜ୍ୟ ସରକାରଙ୍କୁ ସହାୟତାର ସୁଅ ଛୁଟୁଛି। ଏହି କ୍ରମରେ ବାଲେଶ୍ୱର ଜିଲା ନୀଳଗିରି ବିଧାୟକ ଇଂ ସୁକାନ୍ତ କୁମାର ନାୟକ କୋଭିଡ-୧୯ ମହାମାରୀ ପାଣ୍ଠିକୁ ନିଜର ଏକ ମାସର ଦରମା ପ୍ରଦାନ କରିଛନ୍ତି। ପ୍ରଧନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସେ ୩୫ହଜାର ଟଙ୍କା ଦାନ କରିଛନ୍ତି। ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ମଧ୍ୟ ସେ ୩୫ହଜାର ଟଙ୍କା ପ୍ରଦାନ କରିବା ସହ ଅନ୍ୟମାନଙ୍କୁ ସହାୟତାର ହାତ ବଢ଼ାଇବାକୁ ଆହ୍ବାନ ଦେଇଛନ୍ତି। ଶୁକ୍ରବାର ସେ ନୀଳଗିରି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ହରିଶ୍ଚନ୍ଦ୍ର ଜେନାଙ୍କୁ ଏ ନେଇ ଏକ ଚେକ୍‌ ପ୍ରଦାନ କରିଛନ୍ତି। ବିଧାୟକଙ୍କ ଏହି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।