କୋଭିଡ-୧୯: ଫ୍ରେଞ୍ଚ୍‌ ଫର୍ମୁଲା-୧ ଗ୍ରାଁ ପ୍ରି ବାତିଲ

ପ୍ୟାରିସ୍‌,୨୭।୪ (ଏଏଫ୍‌ପି): କୋଭିଡ-୧୯ ସଂକ୍ରମଣ କାରଣରୁ ଫ୍ରେଞ୍ଚ୍‌ ଗ୍ରାଣ୍ଡ ପ୍ରିକ୍ସ କାର୍ଯ୍ୟସୂଚୀକୁ ବାତିଲ କରାଯାଇଛି। ସୋମବାର ଏ ନେଇ ଆୟୋଜକମାନେ ସୂଚନା ଦେଇଛନ୍ତି। ଜୁନ୍‌ ୨୮ରୁ ଏହି ପ୍ରତିଯୋଗିତା ଆରମ୍ଭ ହେବାର କାର୍ଯ୍ୟକ୍ରମ ଥିଲା। କରୋନା ଭାଇରସ ସଂକ୍ରମଣ ସ୍ଥିତି ନେଇ ବିଚାର କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏବେ ଏହି ରେସ୍‌ ଆୟୋଜନ କରିବା ଏକପ୍ରକାର ଅସମ୍ଭବ ବୋଲି ରେସ୍‌ର ମ୍ୟାନେଜିଂ ଡାଇରେକ୍ଟର ଏରିକ୍‌ ବୋଲିଏର କହିଛନ୍ତି। ଲି କାଷ୍ଟେଲେଟରେ ୨୦୨୦ ଚାମ୍ପିନଶିପ୍‌ର ଦଶମ ରେସ୍‌ ବା ଲେଗ୍‌ ଭାବେ ଆୟୋଜନ ହେବାକୁ ଥିବା ଏହି ଇଭେଣ୍ଟ ବାତିଲ ହୋଇଛି କିମ୍ବା ସ୍ଥଗିତ ରଖାଯାଇଛି। ଏହାପୂର୍ବରୁ ଅଷ୍ଟ୍ରେଲିଆ, ମୋନାକୋ ଓ ଫ୍ରାନ୍ସ ଫର୍ମୁଲା-୧ ରେସ୍‌କୁ ବାତିଲ କରାଯାଉଛି। ସେହିପରି ବାହାରିନ, ଚାଇନା, ଭିଏତ୍‌ନାମ, ନେଦରଲାଣ୍ଡ୍ସ, ସ୍ପେନ୍‌, ଆଜରବୈଜାନ ଓ କାନାଡା ରେସକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

Share