କୋଭିଡ-୧୯: ଦରମା କାଟିବ ବାର୍ସିଲୋନା

ବାର୍ସିଲୋନା,୨୭।୩(ଏଏଫ୍‌ପି): କରୋନା ଭାଇରସ୍‌ ବଶ୍ୱରେ ମହାମାରୀ ରୂପ ନେଇଥିବାରୁ ଆର୍ଥିକ ବିପର୍ଯ୍ୟୟରୁ ରକ୍ଷା ପାଇବା ପାଇଁ ହାଇପ୍ରୋଫାଇଲ ଫୁଟବଲ କ୍ଲବ ବାର୍ସିଲୋନା ଦରମା କାଟିବାକୁ ନିଷ୍ପତ୍ତି ନେବ ବୋଲି କହିଛି। ତେବେ ସ୍ପେନର ଏହି ଜଣାଶୁଣା କ୍ଲବ ସବୁ କର୍ମଚାରୀ କିମ୍ବା କେଉଁ ନିର୍ଦ୍ଦିଷ୍ଟ ବିଭାଗର କର୍ମଚାରୀଙ୍କ ଦରମା କାଟିବ ସେ ନେଇ କିଛି ସ୍ପଷ୍ଟ କରିନାହିଁ। ସ୍ପେନ୍‌ରେ କୋଭିଡ-୧୯ ଏକ ପ୍ରକାର ଜାତୀୟ ବିପତ୍ତି ସୃଷ୍ଟି କରିଛି। ଏହି ଭାଇରସ୍‌ କାରଣରୁ ସ୍ପେନ୍‌ରେ ୪,୦୦୦ ଲୋକ ପ୍ରାଣ ହରାଇଥିବା ବେଳେ ୫୬,୦୦୦ ଲୋକ ସଂକ୍ରମିତ ହୋଇଛନ୍ତି। ଫଳରେ ସ୍ପେନ୍‌ରେ ସବୁ ପ୍ରକାର ଫୁଟବଲକୁ ବାସନ୍ଦ କରାଯାଇଛି। ଫଳରେ କ୍ଲବ ଆର୍ଥିକ କ୍ଷତି ସହିବାର ସମ୍ଭାବନା ରହିଛି। ଏହି ପରିସ୍ଥିତିକୁ ସାମ୍‌ନା କରିବା ପାଇଁ ଏହି ନିଷ୍ପତ୍ତି ନେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କ୍ଲବ ତରଫରୁ କୁହାଯାଇଛି। ସବୁ ଖେଳ ବାତିଲ ହୋଇଥିବାରୁ କାର୍ଯ୍ୟ ଦିବସରେ ମଧ୍ୟ ଅବନତୀ ହେବ। ଫଳରେ ଦରମା କାଟିବା ଭଳି ପରସ୍ଥିତି ସୃଷ୍ଟି ହୋଇଛି। ଏହି କେତେ ପରିମାଣର ଦରମା କଟିବ ଓ କେର୍ଉ ବର୍ଗର କର୍ମଚାରୀ ଏହା ଦ୍ୱାରା କ୍ଷତିଗ୍ରସ୍ତ ହେବେ ସେ ନେଇ କ୍ଲବ ତରଫରୁ କିଛି ସ୍ପଷ୍ଟ କରାଯାଇ ନାହିଁ।

Share