କୋଭିଡ-୧୯ : ଜୁନ୍‌ ୩୦ ପର୍ଯ୍ୟନ୍ତ ଆଇଟିଟିଏଫ୍‌ ସବୁ ଇଭେଣ୍ଟକୁ ସସ୍‌ପେଣ୍ଡ କଲା

ନୂଆଦିଲ୍ଲୀ,୩୦।୫(ପି.ଟି.): ଅନ୍ତର୍ଜାତୀୟ ଟେବୁଲ ଟେନିସ ଫେଡେରେଶନ (ଆଇଟିଟିଏଫ୍‌) ଜୁନ୍‌ ୩୦ ତାରିଖ ପର୍ଯ୍ୟନ୍ତ ତା’ର ସବୁ ଇଭେଣ୍ଟକୁ ବାତିଲ କରିଛି। କୋଭିଡ-୧୯ ସାରା ବିଶ୍ୱରେ ମହାମାରୀର ରୂପ ନେଇଥିବାରୁ ଆଇଟିଟିଏଫ୍‌ ଏହି ନିଷ୍ପତ୍ତି ନେଇଛି। କେବଳ ସେତିକି ନୁହଁ ବିଶ୍ୱ ର଼୍ୟାଙ୍କିଙ୍ଗ୍‌କୁ ମଧ୍ୟ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ରବିବାର ଆଇଟିଟିଏଫ୍‌ର କାର୍ଯ୍ୟକାରୀ କମିଟି ବୈଠକ ବସିଥିଲା। ଏଥିରେ କରୋନ ଭାଇରସ ସଂକ୍ରମଣ ନେଇ ସବିଶେଷ ଆଲୋଚନା ହୋଇଥିଲା।
କାରୋନା ଭାଇରସ ସଂକ୍ରମଣ ସାରା ବଶ୍ୱରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ବେଳେ ଟୋକିଓ ଅଲିମ୍ପିକ୍ସକୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଥିଲା। ଫଳରେ ଆଇଟିଟିଏଫ୍‌କୁ ଏହି ନିଷ୍ପତ୍ତି ନେବାକୁ ପଡିଛି। ଜୁନ୍‌ ୩୦ ପର୍ଯନ୍ତ ମଧ୍ୟ ସବୁ ପ୍ରକାର ଅନ୍ତଜର୍ତାତୀୟ ଯାତାୟତାକୁ ମଧ୍ୟ ବାତିଲ କରାଯାଇଛି। ଇଭେଣ୍ଟ ସବୁ ବାତିଲ ହୋଇଥିବାରୁ ର଼୍ୟାଙ୍କିଙ୍ଗ୍‌ର କୌଣସି ପ୍ରାସଂଙ୍ଗିକତା ନାହିଁ ବୋଲି ଆଇଟିଟିଏଫ୍‌ ହୃଦୟଙ୍ଗମ କରିଛି। ତେଣୁ ର଼୍ୟାଙ୍କିଙ୍ଗକୁ ମଧ୍ୟ ଅଚଳ କରାଯାଇଛି। ହାନା ବ୍ୟାଙ୍କ୍‌ ୨୦୨୦ ଓ୍ବାଲର୍‌ଡ ଟିମ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ର ନୂଆ କାର୍ଯ୍ୟସୂଚୀ ଆଗାମୀ ସପ୍ତାହଗୁଡିକରେ ଘୋଷଣା କରାଯିବ।
ଟୋକିଓ ଅଲିମ୍ପିକ୍ସର ନୂଆ କାର୍ଯ୍ୟସୂଚୀ ଥରେ ଘୋଷଣା ହୋଇଗଲେ ସେହି ଅନୁସାରେ ଆମେ କ୍ୱାଲିଫିକେଶନ ଟୁର୍ନାମେଣ୍ଟ ତାରିଖ ସଂକ୍ରାନ୍ତରେ ନିଷ୍ପତ୍ତି ନେବୁ ବୋଲି ଆଇଟିଟିଏଫ୍‌ ତରଫରୁ କୁହାଯାଇଛି। ଇତିମଧ୍ୟରେ କାର୍ଯକାରୀ କମିଟି ଖର୍ଚ୍ଚକାଟ କରିବାକୁ ନିଷ୍ପତ୍ତି ନେଇଛି ଓ ସିନିୟର ଅଧିକାରୀମାନେ ଅପେକ୍ଷାକୃତ କମ୍‌ ପାରିଶ୍ରମିକ ନେବାକୁ ରାଜି ହୋଇଛନ୍ତି। ପରସ୍ଥିତିର ସମୀକ୍ଷା ପାଇଁ ଆଗାମୀ ଏପ୍ରିଲ ୧୫ରେ ଆଇଟିଟିଏଫ୍‌ ପରବର୍ତ୍ତୀ ବୈଠକ ଡାକିବ।

Share