କୋଭିଡ-୧୯: କର୍ମଚାରୀଙ୍କ ଦରମା କାଟିଲା ନ୍ୟୁଜିଲାଣ୍ଡ ରଗ୍‌ବୀ

ଓ୍ବେଲିଂଟନ,୧।୪(ଏଏଫ୍‌ପି): କୋଭିଡ-୧୯ ସଂକ୍ରମଣ କାରଣରୁ ନ୍ୟୁଜିଲାଣ୍ଡ ରଗ୍‌ବୀ (ଏନ୍‌ଜେଡ୍‌ଆର) ପାଖାପାଖି ୬୦ ମିଲିୟନ ଆମେରିକୀୟ ଡଲାର କ୍ଷତି ସହିବ ବୋଲି ଆଶଙ୍କା ପ୍ରକାଶ କରିଛି। ଫଳରେ ନୁଜିଲାଣ୍ଡ ରଗ୍‌ବୀ ତା’ର ସମସ୍ତ କର୍ମଚାରୀଙ୍କ ଦରମା କାଟିବାକୁ ନିଷ୍ପତ୍ତି ନେଇଛି। ଯଦି ପରିସ୍ଥିତି ଆହୁରି ଖରାପ୍‌ ହୁଏ ଚଳିତ ବର୍ଷ ସୁପର ରଗ୍‌ବୀ ଟିମଗୁଡିକ ଓ ଅଲ ବ୍ଲାକ୍ସର ଦଳଗୁଡିକ ଖେଳିବେ ନାହିଁ ବା ପଡିଆକୁ ଓହ୍ଲାଇବେ ନାହିଁ ବୋଲି ଏନ୍‌ଜେଡଆର ମୁଖ୍ୟ ମାର୍କ ରବିନସନ କହିଛନ୍ତି। ଏଭଳି ପରିସ୍ଥିତିରେ ବହୁତ କ୍ଷତି ସହିବାକୁ ପଡିବ। କର୍ମଚାରୀମାନେ ମଧ୍ୟ ଆଗାମୀ ୩ ମାସ ପାଇଁ ୪୦ ପ୍ରତିଶତ ପାଉଣା କାଟିବା ନେଇ ସମ୍ମତି ପ୍ରକାଶ। ଖେଳାଳିମାନଙ୍କ ସହିତ ମଧ୍ୟ ଏ ନେଇ କଥାବାର୍ତ୍ତା ଚାଲିଛି ବୋଲି ସେ କହିଛନ୍ତି। ଆଗକୁ ବହୁତ ଚ୍ୟାଲେଞ୍ଜ ରହିଛି। ତେବେ ଦେଶରେ ରଗ୍‌ବୀକୁ ଭଲ ପାଇଥିବା ଲୋକ ବହୁତ ଅଛନ୍ତି। ଏ ସଂକ୍ରାନ୍ତରେ ଓ୍ବାଲର୍‌ଡ ରଗ୍‌ବୀ ସହିତ ମଧ୍ୟ କଥା ହୋଇଛୁ ବୋଲି ସେ କହିଛନ୍ତି।
ଇତିମଧ୍ୟରେ ନ୍ୟୁଜିଲାଣ୍ଡର ୫ଟି ସୁପର ରଗ୍‌ବୀ କ୍ଲବ୍‌ଗୁଡିକୁ ୨,୫୦,୦୦୦ ଲକ୍ଷ ନ୍ୟୁଜିଲାଣ୍ଡ ଡଲାର ପ୍ରଦାନ କରାଯାଇଛି। ଆଗାମୀ ୩ ମାସ ପାଇଁ ପ୍ରସ୍ତୁତ ହେବା ପାଇଁ ଏହି ଅର୍ଥ ପ୍ରଦାନ କରାଯାଇଛି ବୋଲି ଏନ୍‌ଜେଡଆର ତରପରୁ କୁହାଯାଇଛି। ସୁପର ରଗ୍‌ବୀ କ୍ଲବଗୁଡିକର କିପରି ମୂଳ ତଥା ମୌଳିକ କ୍ଷମତା ବଜାୟ ରଖିବେ ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି ଏନ୍‌ଜେଡଆର ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri