Posted inଖେଳ

କୋଭିଡ୍‌-୧୯ ଲଢେଇ: ବହୁମୂଲ୍ୟ ଦେଇ ମୁସ୍‌ଫିକରଙ୍କ ବ୍ୟାଟ୍‌ କିଣିଲେ ଆଫ୍ରିଦି

ନୂଆଦିଲ୍ଲୀ,୧୬।୫(ପି.ଟି.): ପାକିସ୍ତାନ ପୂର୍ବତନ ଅଲରାଉଣ୍ଡର ତଥା ଅଧିନାୟକ ସହିଦ ଆଫ୍ରିଦି ଏକ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରିଛନ୍ତି। ବାଂଲାଦେଶ ଉଇକେଟକିପର ବ୍ୟାଟ୍ସମ୍ୟାନ ମୁସ୍‌ଫକର ରହିମ କୋଭିଡ-୧୯ ମହାମାରୀ ମୁକାବିଲା ପାଇଁ ତାଙ୍କ ବ୍ୟାଟ ନିଲାମ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଆଫ୍ରିଦି ଏହି ବ୍ୟାଟ୍‌କୁ ୨୦,୦୦୦ ଆମେରିକୀୟ ଡଲାର ବା ୧୫ ଲକ୍ଷ ଟଙ୍କାରୁ ଅର୍ଥ ବିନିମୟରେ କ୍ରୟ କରିଛନ୍ତି।
ଗତ ମାସ ବ୍ୟାଟ ନିଲାମ କରିବାକୁ ମୁସ୍‌ଫିକର ଘୋଷଣା କରିଥିଲେ। ଏହି ବ୍ୟାଟ୍‌ରେ ୨୦୧୩ରେ ଶ୍ରୀଲଙ୍କା ବିପକ୍ଷରେ ଦ୍ୱିଶତକ ଅର୍ଜନ କରିଥିଲେ। କରୋନା ମୁକାବିଲା ପାଇଁ ସେ ପାଣ୍ଠି ସଂଗ୍ରହ ଉଦ୍ଦ୍ୟେଶରେ ଏହି ନିଷ୍ପତ୍ତି ନେଇଥିଲେ। ଆଫ୍ରିଦି ତାଙ୍କା ଫାଉଣ୍ଡେଶନ ପାଇଁ ଏହି ବ୍ୟାଟ କ୍ରୟ କରିଛନ୍ତି। ଆଫ୍ରିଦିଙ୍କ ଭଳି ଜଣେ ମହାନ ଖେଳାଳି ମୋ ବ୍ୟାଟ୍‌ କ୍ରୟ କରିଥିବାରୁ ଗର୍ବ ଅନୁଭବ କରୁଛି ମୁସ୍‌ଫିକର କହିଛନ୍ତି।
ଗତ ସପ୍ତାହରେ କେତେକ ନକଲି ବିଡର ଏହି ନିଲାମରେ ସାମିଲ ହୋଇଥିଲେ ଓ ପୂରା ପ୍ରକ୍ରିୟାକୁ ଅନିଶ୍ଚିତତାକୁ ଟାଣି ନେଇଥିଲେ। ଫଳରେ ନିଲାମକୁ ସସ୍‌ପେଣ୍ଡ କରିବାକୁ ନିଷ୍ପତ୍ତି ନେଇଥିଲୁ। ଏଭଳି ସ୍ଥିତିରେ ଖରବ ପାଇଁ ସହିଦ ଭାଇ ବ୍ୟକ୍ତିଗତ ଭାବେ ମୋ ସହିତ କଥା ହୋଇଥିଲେ ଓ ମେ ୧୩ ତାରିଖରେ ଚିଠି ଲେଖି ୧୬.୮ ବାଂଲାଦେଶ ଟାକା ବିନିମୟରେ ବ୍ୟାଟ୍‌ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ। ମୁସ୍‌ଫିକର ମଧ୍ୟ ତାଙ୍କ ଟୁଇଟର ହ୍ୟାଣ୍ଡଲ୍‌ରେ ଆଫ୍ରିଦିଙ୍କ ଭିଡିଓ ମେସେଜ ଅପଲୋଡ କରିଛନ୍ତି। ଭିଡିଓରେ ଆଫ୍ରିଦି ମୁସ୍‌ଫିକରଙ୍କୁ ତାଙ୍କ କାର୍ଯ୍ୟ ପାଇଁ ପ୍ରଶଂସା କରିଛନ୍ତି।
ଉଲ୍ଲେଖଥାଉ କି, କରୋନା ଭାଇରସ୍‌ ବିରୋଧ ଲଢେଇରେ ବହୁ କ୍ରିକେଟର ସାମିଲ ହୋଇଛନ୍ତି। ଭାରତୀୟ ଅଧିନାୟକ ବିରାଟ କୋହଲି, ପୂର୍ବତନ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଏବି ଡିଭିଲର୍ସ ସେମାନଙ୍କ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) କିଟ୍‌ର ନିଲାମ କରିବାକୁ ନିଷ୍ପତ୍ତି ନେଇଥିଲେ। ଇଂଲଣ୍ଡ ଉଇକେଟକିପର ଜୋସ ବଟଲର ମଧ୍ୟ ତାଙ୍କ ବିଶ୍ୱକପ୍‌ ଫାଇନାଲ ଶାର୍ଟକୁ ନିଲା କରି ୬୫,୦୦୦ ପାଉଣ୍ଡ ଅର୍ଥର ପାଣ୍ଠି ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣ: ଚାଲିଗଲା ୨୪ ଜୀବନ

କିଭ୍‌,୧ା୧ରୁଷିଆ ଅଧିକୃତ ଖେର୍‌ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍‌ର ଡ୍ରୋନ୍‌ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...

Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ

ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ

ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...

ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…

ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri