Posted inଖେଳ

କୋଭିଡ୍‌-୧୯ ଲକ୍‌ଡାଉନ୍‌: ଅନ୍‌ଲାଇନ୍‌ କୋଚିଂ ପାଇଁ ହାତ ମିଳାଇଲେ ସାଇ- ଏଆଇଏଫ୍‌ଏଫ୍‌

ନୂଆଦିଲ୍ଲୀ,୧୬।୪(ପି.ଟି.): କରୋନା ଭାଇରସ ମହାମାରୀ ରୂପ ନେଇଥିବା ବେଳେ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ ଅନ୍‌ଲାଇନ କୋଚିଂ ପାଇଁ ଅଣ୍ଟା ଭିଡିଛନ୍ତି ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଓ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)। ଆସନ୍ତା ସୋମବାରଠାରୁ ଏହି ଦୁଇ କ୍ରୀଡ଼ା ସଂସ୍ଥା ଅନ୍‌ଲାଇନ୍‌ କୋଚିଂ ଏଜୁକେଶନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମେ ୨ ତାରିଖରେ ଏହି କୋଚିଂ ପ୍ରକ୍ରିୟା ଶେଷ ହେବ। ୧୩ ଦିନଧରି ଚାଲିବାକୁ ଥିବା ଏହି ରିଫ୍ରେଶିଂ କୋର୍ସରେ ସାଇ ଓ ଏଆଇଏଫ୍‌ଏଫ୍‌ର ଅନୁମୋଦିତ ୪୦୦- ୫୦୦ କୋଚ୍‌ ସାମିଲ ହେବେ। ଅନଲାଇନ୍‌ ମାଧ୍ୟମରେ ଏମାନେ ଏକାଠି ହେବେ। ଏହି କୋଚିଂ ପ୍ରକ୍ରିୟାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ସହ ଇଞ୍ଜୁରିରୁ କିପରି ଦୂରେଇ ରହିହେବ, ଭିଡିଓ ଆନାଲିସିସ୍‌ ନେଇ ଆଲୋଚନା ହେବ ବୋଲି କୁହାଯାଇଛି। ସାଇ ଓ ଏଆଇଏଫ୍‌ଏଫ୍‌ ଏକ ଅଭିନୟ ଉପାୟ ଅଲମ୍ବନ କରିଛନ୍ତି ଓ ଏହା ବେଶ୍‌ କାମରେ ଆସିବ ବୋଲି ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ତଥା ଏଆଇଏଫ୍‌ଏଫ୍‌ କୋଚ୍‌ ସାଭିଓ ମେଡେଇରା କହିଛନ୍ତି।
ଏହି କୋଚିଂ ପ୍ରକ୍ରିୟାର ପ୍ରାରମ୍ଭିକ ପର୍ଯ୍ୟାୟ ତଥା ସେସନକୁ ନିହେଜ ମେଡେଇରା ସଂଯୋଜନା କରିବେ। ଏଆଇଏଫ୍‌ଏଫ୍‌ର ଏକାଧିକ ଇନ୍‌ଷ୍ଟ୍ରକ୍ଟରଙ୍କ ସମେତ ଭାରତୀୟ ଜାତୀୟ ଦଳ କୋଚ୍‌ ଆଇଗର ଷ୍ଟିମାନକ, ଏଆଇଏଫ୍‌ଏଫ୍‌ ଟେକ୍‌ନିକାଲ ଡାଇରେକ୍ଟର ଆଇଜାକ ଡୋରୁ ଓ ଅନ୍ୟମାନେ ବିଭିନ୍ନ ସେସନ୍‌ରେ ସାମିଲ ରହି ଶିକ୍ଷା ପ୍ରଦାନ କରିବେ। ଏହାପୂର୍ବରୁ ଏଆଇଏଫ୍‌ଏଫ୍‌ ମଧ୍ୟ ଏକ ଅନ୍‌ଲାଇନ କୋଚିଂ ସେମିନାର ମଧ୍ୟ ଆୟୋଜନ କରିଥିଲା। ଏହି ଅନ୍‌ଲାଇନ୍‌ କୋଚିଂ କୋର୍ସ କାମରେ ଆସିବ ବୋଲି ମେଡେଇରା କହିଛନ୍ତି। ରେଫରିମାନଙ୍କ ପାଇଁ ମଧ୍ୟ ଏଆଇଏଫ୍‌ଏଫ୍‌ ଏକ ଅନ୍‌ଲାଇନ୍‌ ଟିଉଟୋରିଆ କ୍ଲାସ୍‌ର ଆୟୋଜନ କରିଥିଲା। ଏହା ବ୍ୟତୀତ ୩ଟି ଅନ୍‌ଲାଇନ୍‌ ସେମିନାର ମଧ୍ୟ ଆୟୋଜନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଟ୍ରମ୍ପଙ୍କ ଅଲ୍ଟିମେଟମ୍‌: ଆଜି ରାତିରେ ଗୋଟିଏ ସଭ୍ୟତାର ବିନାଶ ନିଶ୍ଚିତ, ବିଶ୍ୱରେ ଚହଳ

ୱାଶିଂଟନ/ତେହେରାନ,୭।୪: ହର୍ମୁଜ ପ୍ରଣାଳୀ ଖୋଲିବାକୁ ନେଇ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚିଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିସ୍ଫୋରକ…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri