କୋଭିଡ୍‌-୧୯: ବ୍ୟାଟ୍‌ ନିଲାମ କରିବେ ମୁଶଫିକର

ଢାକା,୨୦।୪ (ପି.ଟି.): କୋଭିଡ୍‌-୧୯ ମହାମାରୀ ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ବାହାରକୁ ବାହାରିଛନ୍ତି ବାଂଲାଦେଶ ଉଇକେଟକିପର ବ୍ୟାଟ୍ସମ୍ୟାନ ମୁଶଫିକର ରହିମ। ସେ ତାଙ୍କ ବ୍ୟାଟକୁ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୧୩ରେ ଶ୍ରୀଲଙ୍କ ବିପକ୍ଷରେ ଏହି ବ୍ୟାଟ୍‌ରେ ଦ୍ୱିଶତକ ହାସଲ କରିଥିଲେ। ରିଲିଫ୍‌ କାର୍ଯ୍ୟ ପାଇଁ ଅର୍ଥ ସଂଗ୍ରହ ଲାଗି ଏହି ବ୍ୟାଟ୍‌ ନିଲାମ କରିବାକୁ ଯାଉଛି ବୋଲି ସେ କହିଛନ୍ତି। ଏହି ନିଲାମରୁ ସଂଗ୍ରହ ହେବାକୁ ଥିବା ଅର୍ଥ ଗରିବ ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟରେ ଆସିବ ବୋଲି ସେ କହିଛନ୍ତି। ବାଂଲାଦେଶରେ ଏପର୍ଯ୍ୟନ୍ତ ୨୦୦୦ ଲୋକ କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଗତ ସପ୍ତାହରେ ତାରକା ଅଲରାଉଣ୍ଡର ଶକିବ ଅଲ ହାସନ ସାଥୀ ଖେଳାଳିମାନଙ୍କୁ ନିଜ ନିଜର ଜର୍ସି ଓ କ୍ରୀଡ଼ା ସାମଗ୍ରୀ ନିଲାମ କରିବାକୁ ନିବେଦନ କରିଥିଲେ। ଉଲ୍ଲେଖଥାଉ କି, ଇଂଲଣ୍ଡ ଉଇକେଟକିପର ବ୍ୟାଟ୍ସମ୍ୟାନ ଜୋସ୍‌ ବଟଲର ନିଜର ବିଶ୍ୱକପ୍‌ ଜର୍ସି ନିଲାମ କରି ୬୫,୦୦୦ ପାଉଣ୍ଡ ପାଣ୍ଠି ସଂଗ୍ରହ କରିଥିଲେ।

Share