କୋଭିଡ୍‌-୧୯ ନିୟମ ଉଲ୍ଲଂଘନ ଅଭିଯୋଗ: ୨୪ ଘଣ୍ଟାରେ ୨୧୩ ମାମଲା ରୁଜୁ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ରାଜ୍ୟରେ କୋଭିଡ-୧୯ ନିୟମ ଏବଂ ମାର୍ଗଦର୍ଶିକା ଉଲ୍ଲଂଘନ ଅଭିଯୋଗରେ ଏପ୍ରିଲ ୯ରୁ ଏପ୍ରିଲ ୧୦ ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ୨୧୩ଟି ମାମଲା ରୁଜୁ ହୋଇଛି। ସେଥିରୁ ୨୦୫ ମାମଲା ଲକ୍‌ଡାଉନ୍‌ ସମ୍ପର୍କିତ ହୋଇଥିବା ବେଳେ ୩ଟି ଗୁଜବ ସୃଷ୍ଟି ପାଇଁ ଏବଂ ୫ଟି କୋଭିଡ-୧୯ ସମ୍ପର୍କିତ ନିୟମ ଭଙ୍ଗ ପରିପ୍ରେକ୍ଷୀରେ ରହିଛି। ଗୁଜବ ପ୍ରଚାର ଅଭିଯୋଗରେ ପୋଲିସ ୬୩ଜଣଙ୍କୁ ଗିରଫ କରିଛି ବୋଲି ଶୁକ୍ରବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ କରୋନା ମୁକାବିଲା କମିଟି ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।