କୋଭିଡ୍‌-୧୯ ନିର୍ଦ୍ଦେଶନାମାର ଖିଲାପ: ଭୋଜି କରୁଥିବାବେଳେ ୩ ଯୁବକ ଗିରଫ

ଜଗତ୍‌ସିଂହପୁର ଅଫିସ,୬ା୪: କରୋନା ଭୂତାଣୁ (କୋଭିଡ୍‌-୧୯) ସଂକ୍ରମଣକୁ ନେଇ ଦେଶରେ ଚିନ୍ତା ପ୍ରକଟ କରାଯାଉଥିବାବେଳେ ସାମାଜିକ ଦୂରତା ଓ ଜରୁରୀ ନ ଥିଲେ ଘରୁ ବାହାରନ୍ତୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଅପିଲ୍‌ କରିଛନ୍ତି। ଏଥିସହ କେହି ଏକାଠି ଲଗାଲଗି ହୋଇ ରହିବା ସହ ଭୋଜି କରିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି। ଜଗତ୍‌ସିଂହପୁର ଜିଲାରେ କିନ୍ତୁ ଏଥିରେ କେତେକ ସ୍ଥାନରେ ବ୍ୟତିକ୍ରମ ହେଉଥିବା ଅଭିଯୋଗ ହେଉଛି। ଯାହାର ଜ୍ୱଳନ୍ତ ପ୍ରମାଣ ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ସମଙ୍ଗ (ଜଇନାବାଦ୍‌)ରେ ଦେଖିବାକୁ ମିଳିଛି। ଏହି ଗାଁ ମୁଣ୍ଡ ଏକ କୁକୁଡ଼ା ଫାର୍ମ ନିକଟରେ ରବିବାର ରାତିରେ ୧୨ ଜଣରୁ ଅଧିକ ଯୁବକ ଭୋଜି କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଗିରଫ ହୋଇଛନ୍ତି। ସେମାନେ ହେଲେ ଏହି ଗାଁର ନୟନ ରାଉତରାୟ (୪୧), ଅମୂଲ୍ୟ କୁମାର ଜେନା (୩୫) ଓ ସୁନିଲ ରାଉତରାୟ (୩୬)। ଏସ୍‌ଆଇ ବିଶ୍ୱଜିତ ଗଡ଼ନାୟକଙ୍କ ଅଭିଯୋଗକ୍ରମେ ଜଗତ୍‌ସିଂହପୁର ଥାନାରେ ଦଫା ୧୮୮/୨୬୯/୨୭୦/୨୭୧/୩୪ ଆଇପିସିରେ ମାମଲା ସଂଖ୍ୟା ୧୧୧/୨୦ ରୁଜୁ କରାଯାଇଛି। ଖବର ଲେଖା ହେବା ବେଳକୁ ଅଭିଯୁକ୍ତମାନଙ୍କୁ ନୋଟିସ୍‌ ପରେ ଛାଡି ଦିଆଯାଇଛି। ଏଥିରେ ଗଡ଼ନାୟକ ଉଲ୍ଲେଖ କରିଛନ୍ତି, ତାଙ୍କ ସହ ଅନ୍ୟ କେତେଜଣ ପୋଲିସ କର୍ମଚାରୀ ପଳାଶୋଳ, ଅୟର, ସମଙ୍ଗ ସମେତ ନିକଟବର୍ତ୍ତୀ ଗାଁରେ ସନ୍ଧ୍ୟା ପାଟ୍ରୋଲିଂ କରୁଥିବା ବେଳେ ରାତି ୯ଟା୩୦ରେ ସମଙ୍ଗ (ଜଇନାବାଦ)ରେ ୧୨ରୁ ଅଧିକ ଯୁବକ ଭୋଜି କରୁଥିବା ସୂଚନା ମିଳିଥିଲା। ପରେ ସେମାନେ ସେଠାକୁ ଯିବାରୁ ଅନ୍ଧାର ହୋଇଥିବାରୁ ୯ଜଣରୁ ଅଧିକ ଖସି ଯାଇଥିବା ବେଳେ ଉପରୋକ୍ତ ଅଭିଯୁକ୍ତମାନେ ଧରାପଡି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରିଙ୍କ ପ୍ରତିକ୍ରିୟା, କହିଲେ ନବୀନ କି ନିଷ୍ପତ୍ତି ନେବେ…

ଭୁବନେଶ୍ୱର,୧୮ା୨: ରାଜ୍ୟ ସଭା ନିର୍ବାଚନ ତାରିଖ ଘୋଷଣା ପରେ ବଦ୍ରି ନାରାୟଣ ପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ ବରିଷ୍ଠମାନଙ୍କୁ ଗୁରୁତ୍ୱ ଦେଇ କହିଛନ୍ତି, ଦଳ ପାଇଁ କାମ…

ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…

ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍‌ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…

ନାମ୍ବିଆ ବିପକ୍ଷ କର-ମର ମ୍ୟାଚ୍‌ ପୂର୍ବରୁ ପାକିସ୍ତାନ ପାଇଁ ବଢ଼ିଲା ଚିନ୍ତା: ପ୍ଲେଇଂ ଇଲେଭେନରେ ବଡ଼ ପରିବର୍ତ୍ତନ ନେଇ ବିବାର

ନୂଆଦିଲ୍ଲୀ,୧୮।୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପରେ ଭାରତଠାରୁ ହାରିବା ପରେ ପାକିସ୍ତାନ ଟୁର୍ନାମେଣ୍ଟରୁ ବାଦ ପଡ଼ିବା ଆଶଙ୍କାର ସମ୍ମୁଖୀନ ହେଉଛି। ଫେବୃଆରୀ ୧୮ ତାରିଖରେ ନାମ୍ବିଆ ବିପକ୍ଷ…

ମା’ ବାଙ୍କେଶ୍ୱରୀଙ୍କ ଦୋଳଯାତ୍ରା ପାଇଁ ପ୍ରସ୍ତୁତି: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ

ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର) ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା’ ବାଙ୍କେଶ୍ୱରୀଙ୍କ ଦୋଳ ଯାତ୍ରା ନିମନ୍ତେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମ…

ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…

ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…

ରେଳ ଧାରଣାରୁ ମହିଳା ମେଡିକାଲ ଆଟେଣ୍ଡାଣ୍ଟ୍‌ଙ୍କ ମୃତଦେହ ଜବତ: ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର,୧୮/୨(ସୁବାସ ଚନ୍ଦ୍ର ପାଢ଼ୀ): ସରକାରୀ ରେଳବାଇ ପୋଲିସ (ଜିଆରପି) ବୁଧବାର ବଢି ଭୋର ଜଣେ ମହିଳାଙ୍କ ମୃତଦେହ ରେଳଧାରଣା କରୁ ଜବତ କରିଛି। ମୃତକଙ୍କ ପରିଚୟ ପ୍ରଥମେ…

ମହାନଦୀକୁ ଡେଇଁଲେ ମହିଳା: ପଥଚାରୀ ଅଟକାଇବାକୁ ଚେଷ୍ଟା କରି…

ସମ୍ବଲପୁର,୧୮।୨(ପ୍ରମୋଦ ବହିଦାର): ମହାନଦୀକୁ ଡେଇଁ ବୁର୍ଲାର ଜଣେ ମହିଳା ଆତ୍ମହତ୍ୟା କରିଥିବା ଖବର ମିଳିଛି। ସେ ବୁର୍ଲା ମହତାବ ନଗରର ଅଞ୍ଜୁ କୁମ୍ଭାର(୨୨) ବୋଲି ପରିଚୟ ମିଳିଛି।…

ସୁପର-୮ରେ ୩ ମ୍ୟାଚ୍‌ ଖେଳିବ ଭାରତ: ଜାଣନ୍ତୁ କେଉଁଠି, କେତେବେଳେ ଖେଳାଯିବ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୨: ଟି୨୦ ବିଶ୍ୱକପରେ ଟିମ ଇଣ୍ଡିଆ ତା’ର ଶେଷ ଲିଗ ମ୍ୟାଚ ଖେଳିବ। ଭାରତୀୟ ଦଳ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ଅପରାଜିତ ରହିଛି। ଟିମ ଇଣ୍ଡିଆ ସୁପର ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri