Categories: ଖେଳ

କୋଭିଡ୍‌-୧୯: ଦିଲ୍ଲୀ ସରକାରଙ୍କୁ ପିସିଆଇର ୫୦୦ ପିପିଇ କିଟ୍‌ ଦାନ

ନୂଆଦିଲ୍ଲୀ,୨୬।୪(ପି.ଟି.): କୋଭିଡ୍‌-୧୯ ମହାମାରୀ ମୁକାବିଲାରେ ଏବେ ପାରା ଅଲିମ୍ପିକ କମିଟି ଅଫ୍‌ ଇଣ୍ଡିଆ (ପିସିଆଇ) ସାମିଲ ହୋଇଛନ୍ତି। ପିସିଆଇ ଦିଲ୍ଲୀ ସରକାରଙ୍କୁ ୫୦୦ଟି ପର୍ସନାଲ ପ୍ରୋଟେକ୍ଟିଭ୍‌ ଇକ୍ୟୁପମେଣ୍ଟ (ପିପିଇ) କିଟ୍‌ ପ୍ରଦାନ କରିଛି। ପିସିଆଇ ସେକ୍ରେଟାରୀ ଜେନେରାଲ ଗୁରଶରନ ସିଂ ସୂଚନା ଦେଇଛନ୍ତି। ଏବେ ପିସିଆଇ ସୋମବାର କେନ୍ଦ୍ର ସରକାରଙ୍କୁ ୧୦୦୦ଟି ଏପରି କିଟ୍‌ ପ୍ରଦାନ କରିବାକୁ ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି। ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ରାଜ୍ୟ ସଭା ଏମ୍‌ପି ଏନ୍‌.ଡି. ଗୁପ୍ତାଙ୍କୁ ୫୦୦ କିଟ୍‌ ପ୍ରଦାନ କରାଯାଇଛି ବୋଲି ସେ କହିଛନ୍ତି।
ଗୁରଶରନଙ୍କ ସହ ପିସିଆଇ ଗଭର୍ନିଂ ବୋର୍ଡ ସଦସ୍ୟ ଅଶୋକ ବେଦୀ ଉପସ୍ଥିତ ରହି ଏହି କିଟ୍‌ ପ୍ରଦାନ କରିଥିଲେ। ଏହି କିଟ୍‌ଗୁଡିକ ବେଙ୍ଗାଲୁରୁରେ ଉତ୍ପାଦନ କରାଯାଇଥିଲା। ଏବେ କେନ୍ଦ୍ର କ୍ରୀଡ଼ା ସଚିବଙ୍କୁ ସୋମବାର ୧୦୦୦ ପିପିଇ କିଟ୍‌ ପ୍ରଦାନ କରିବାକୁ ଆମେ ଯାଉଛୁ। ଗତମାସରେ ପିସିଆଇ କର୍ମଚାରୀମାନେ ଗୋଟିଏ ଦିନର ଦରମା ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଦାନ କରିଥିଲେ। ଉଲ୍ଲେଖଥାଉ କି, କୋଭିଡ୍‌-୧୯ ସଂକ୍ରମଣ କାରଣରୁ ଦେଶରେ ଏପର୍ଯ୍ୟନ୍ତ ୮୦୦ ଜଣ ଓ ସାରା ବିଶ୍ୱରେ ୨ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି।

Share