‘କୋଭିଡ୍‌-୧୯ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌ ନୁହେଁ’: ଗଣମାଧ୍ୟମକୁ ବାଗ୍‌ଚୀଙ୍କ ପରାମର୍ଶ

ଭୁବନେଶ୍ୱର,୧୦ା୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତିକୁ ନେଇ ପ୍ରତିଦିନ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଉଛି। କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେବା ସମୟରେ ଜନସାଧାରଣଙ୍କୁ କିଛି ନା କିଛି ନୂଆ ପରାମର୍ଶ ଦେଉଛନ୍ତି। ଏହିକ୍ରମରେ ଗୁରୁବାର ବାଗ୍‌ଚୀ ଗଣମାଧ୍ୟମକୁ କିଛି ପରାମର୍ଶ ଦେବା ସହ ଚେତାବନୀ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ବୁଧବାର ଏକ ବୈଦ୍ୟୁତିକ ଗଣମାଧ୍ୟମ ମୋ ଉଦ୍ଦେଶ୍ୟରେ କିଛି ପ୍ରଶ୍ନ ରଖିଥିଲେ। ଆଉ ଉକ୍ତ ପ୍ରଶ୍ନର ଉତ୍ତର ଦେବାକୁ ଯାଇ କୋଭିଡ-୧୯କୁ ଦିନିକିଆ କ୍ରିକେଟ ମ୍ୟାଚ୍‌ ନ ଭାବିବା ଉଚିତ ବୋଲି ବାଗ୍‌ଚୀ ପରାମର୍ଶ ଦେଇଛନ୍ତି।
କ୍ରିକେଟ ମ୍ୟାଚ୍‌ରେ ଆମେ ‘ବଲ୍‌ ବାଏ ବଲ୍‌’ ବା ଗୋଟି ଗୋଟି ବଲ୍‌ର ହିସାବ ଜାଣିବାକୁ ଚାହିଁଥାଉ। କେଉଁ ବଲ୍‌ କେତେ ଗତିରେ ଆସିଲା, ବ୍ୟାଟ୍ସମ୍ୟାନ୍‌ ତାକୁ କିପରି ଖେଳିଲା, ପ୍ରତି ବଲ୍‌ର ଆମେ ସମୀକ୍ଷା କରୁ। ବ୍ୟାଟିଂ କରୁଥିବା ଖେଳାଳି କେବଳ ବ୍ୟାଟିଂ କରୁ ତାହା ଦେଖିଲେ ଆମର ମନ ଶାନ୍ତି ହୁଏନାହିଁ। ସେ ବାଉଣ୍ଡାରି ମାରିବା ଓ ଆଉଟ୍‌ ହେବା ସହ ଆକ୍ସନ ରିପ୍ଲେକୁ ମଧ୍ୟ ଆମେ ନିରିଖେଇ ଦେଖୁ। ସେଥିରେ ମଧ୍ୟ ମନ ଭରେ ନାହିଁ। ତା’ ପରେ ଆମେ ପୁଣି ସ୍ଲୋ ମୋଶନ୍‌ରେ ମଧ୍ୟ ଦେଖୁ। ରାଜ୍ୟରେ ଆଜି ୪୪ ଜଣ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାବେଳେ ୧୪ ଅଞ୍ଚଳକୁ ଆବଦ୍ଧ ଅଞ୍ଚଳ ବା କଣ୍ଟେନ୍‌ମେଣ୍ଟ ଜୋନ୍‌ ଭାବେ ଘୋଷଣା ସହ ସିଲ୍‌ କରାଯାଇଛି। ପ୍ରତିଟି ପଜିଟିଭ୍‌ କେସ୍‌ର ବିବରଣୀ ଆମକୁ ଦରକାର, ଏହା ପରେ ପୁଣି ତା’ର ସମୀକ୍ଷା ଦରକାର, ଆକ୍ସନ ଏବଂ ରିପ୍ଲେ ସହ ସ୍ଲୋ ମୋଶନ ମଧ୍ୟ ଦରକାର। ଏହି ସଂଖ୍ୟା ଯେତେବେଳେ ୪ଶହରେ ପହଞ୍ଚତ୍ବ ସେତେବେଳେ ଆମେ କ’ଣ କରିବା ବୋଲି ବାଗ୍‌ଚୀ ପ୍ରଶ୍ନ କରିଛନ୍ତି। ଏହା କ୍ରିକେଟ ନୁହେଁ କୋଭିଡର ଖେଳ, ଆବେଗ ନୁହେଁ ପ୍ରତ୍ୟୟର ସମୟ। ଏ ବିପଦ ନ ଟଳିବା ପର୍ଯ୍ୟନ୍ତ ପ୍ରତିଦିନ ଆମେ ଆପଣଙ୍କୁ ବ୍ୟବହାର୍ଯ୍ୟ ତଥ୍ୟ ଦେବୁ। ଆପଣ ପ୍ରତିଟି ଘଟଣାର ସମୀକ୍ଷା କରନ୍ତୁ ନାହିଁ। ସରକାର ଆପଣଙ୍କୁ ଠିକ୍‌ ଖବର ଠିକ୍‌ ସମୟରେ ଦେଉଛନ୍ତି ଓ ଦେବାକୁ ପ୍ରତିଶ୍ରୁତିବଦ୍ଧ। କିନ୍ତୁ ଆପାତକାଳୀନ ସ୍ଥିତିରେ ଘଟଣାଟି ଘଟିବା କ୍ଷଣି ସୂଚନା ଦେବା ସମ୍ଭବ ନୁହେଁ କି ଉଚିତ୍‌ ମଧ୍ୟ ନୁହେଁ। ବୃହତ୍ତର ଜନହିତକୁ ଦୃଷ୍ଟି ଦେବାକୁ ପଡ଼ିବ। ଯେଉଁଠି ଜନହିତରେ ଜଣେ ବ୍ୟକ୍ତିଙ୍କ ବିବରଣୀ ଦେବା ଆବଶ୍ୟକ ତାହା ଆମେ ଯୋଗାଇଦେବୁ। ଯେଉଁଠି ଜନବିପଦ ଆଶଙ୍କା ନାହିଁ ସେଠି ଆମେ ବ୍ୟକ୍ତିଗତ ବିବରଣୀ ଦେବୁ ନାହିଁ। ଏଥିପାଇଁ ସମାଲୋଚନା ଓ ସମୀକ୍ଷା କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ବାଗ୍‌ଚୀ କହିଛନ୍ତି।
ଏହି ଅବସରରେ ବାଗଚୀ ସାଧାରଣ ଓ ଅସାଧାରଣ ସମୟକୁ ବର୍ଣ୍ଣନା କରି କହିଲେ, ସାଧାରଣ ସମୟରେ ଆମେ ସବୁବେଳେ ସନ୍‌ସନି ଖବର ଖୋଜୁ, ଭିତରୁ ଖୋଳି ତଥ୍ୟ ବାହାର କରୁ। କୋଟିଏ ଚ୍ୟାନେଲ୍‌ କହିବା ଆଗରୁ ଆମେ ଗୋଟିଏ ଚ୍ୟାନେଲ୍‌ ହେବାକୁ ଚେଷ୍ଟା କରୁ। ବର୍ତ୍ତମାନ ପରିସ୍ଥିତିରେ ଆମକୁ ଦାୟିତ୍ୱବାନ ହେବାକୁ ପଡ଼ିବ। ଏଇଟା ସାଧାରଣ ସମୟ ନୁହେଁ ଅସାଧାରଣ ସମୟ। କୋଭିଡ୍‌ ହସ୍ପିଟାଲ ଓ ଟେଷ୍ଟିଂ ଲାବୋରେଟୋରି ଆଗରେ ଓବି ଭ୍ୟାନ୍‌ ଠିଆ କରିବାର ସମୟ ନୁହେଁ। ତେଣୁ ଆପଣଙ୍କୁ ବ୍ୟବହାର୍ଯ୍ୟ ତଥ୍ୟ ଦେବା ପାଇଁ ସୁଯୋଗ ଦିଅନ୍ତୁ ବୋଲି ବାଗ୍‌ଚୀ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହେଉଥିଲେ ଚାଲାଣ: ଟ୍ରେନ୍‌ରୁ ୧୬୩ ନାବାଳକ ଉଦ୍ଧାର

ଭୋପାଳ,୧୨ା୪: ବିହାର ଏବଂ ମହାରାଷ୍ଟ୍ରରୁ ଚାଲାଣ ହେଉଥିବା ୧୬୩ଜଣ ନାବାଳକଙ୍କୁ ମଧ୍ୟପ୍ରଦେଶର କାଟ୍‌ନି ଜିଲାରେ ଏକ ଏକ୍ସପ୍ରେସ୍‌ ଟ୍ରେନ୍‌ରୁ ରେଲ୍‌ଓ୍ବେ ପୋଲିସ ଉଦ୍ଧାର କରିଛି। ପିଲାମାନଙ୍କ ବୟସ…

ହର୍ମୁଜକୁ ବନ୍ଦ କରିବ ଆମେରିକା! ଟ୍ରମ୍ପଙ୍କ ଘୋଷଣା ପରେ ବିଶ୍ବରେ ହଲଚଲ

ଓ୍ବାଶିଂଟନ,୧୨ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି । ବଢ଼ିପାରେ ତୈଳ ସଙ୍କଟ । ବିଶେଷକରି, ଟ୍ରମ୍ପ କହିଛନ୍ତି ଯେ ଆମେରିକା ନୌସେନା…

କିଏ ହେବେ ବିହାରର ନୂଆ ମୁଖ୍ୟମନ୍ତ୍ରୀ, ଦୌଡ଼ରେ ଏହି ପ୍ରମୁଖ ନେତା

ନୂଆଦିଲ୍ଲୀ,୧୨ା୪: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାକୁ ଯିବା ପରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହାକୁ ନେଇ କଳ୍ପନାଜଳ୍ପନା ବଢ଼ିବାରେ ଲାଗିଛି। ଅନ୍ୟପକ୍ଷେ ଭାଜପା…

ପୋଖରୀରୁ ମିଳିଲା ଯୁବକଙ୍କ ମୃତଦେହ

ଦାରିଙ୍ଗବାଡ଼ି,୧୨।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଗ୍ନିଶମ କର୍ମଚାରୀ ରବିବାର ଏକ ପୋଖରୀରୁ ଜଣେ ଯୁବକଙ୍କ ମୃତହେଦ ଉଦ୍ଧାର କରିଛନ୍ତି। ମୃତକ ହେଲେ କୋଟଗଡ଼ ବ୍ଲକ ପକାରୀ…

ଇନଷ୍ଟାଗ୍ରାମରୁ ପ୍ରେମ; ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର ପରେ ପ୍ରତାରଣା, ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୨ା୪(ଅଶେଷ ନାଥ ମିଶ୍ର): ଇନଷ୍ଟାରୁ ପ୍ରେମ ପରେ ବିବାହର ପ୍ରତିଶୃତି ଦେଇ ବଳାତ୍କାର । ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଅରୁଣ ଘଡ଼େଇ(୨୫) ନାମକ ଯୁବକ ବ୍ରହ୍ମପୁରର…

ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨…

ଜଙ୍ଗଲରେ ଲୁଚାଇ ରଖିଥିଲେ ଗଞ୍ଜେଇ, ମାଡ଼ି ବସିଲା ପୋଲିସ

ମୋହନା,୧୨।୪(ମନ୍ମଥ ମିଶ୍ର): ଘଞ୍ଚ ଜଙ୍ଗଲରେ ଲୁଚାଇ ରଖିଥିବା ବିପୁଳ ପରିମାଣର ଗଞ୍ଜେଇକୁ ଅଡ଼ବା ପୋଲିସ ରବିବାର ଜବତ କରିଛି । ଏକ ବିଶେଷ ସୂତ୍ରରୁ ଖବର ପାଇ…

ତାନ୍ତ୍ରିକର ଅମାନବୀୟ କାଣ୍ଡ, ଝଡା ଫୁଙ୍କା କରିବା ବାହାନରେ ମହିଳାଙ୍କୁ ବାରମ୍ବାର ବଳାତ୍କାର

ଲକ୍ଷ୍ନୌ,୧୨ା୪: ଉତ୍ତରପ୍ରଦେଶର ସୋନଭଦ୍ରା ଜିଲାରୁ ଏକ ଅତ୍ୟନ୍ତ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଝଡାଫୁଙ୍କା ନାଁରେ ଜଣେ ତାନ୍ତ୍ରିକ ଜଣେ ମହିଳାଙ୍କୁ ବଳାତ୍କାର କରିଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri