କୋଭିଡ୍‌-୧୯ ଏବଂ ବାୟୁ ସଂକ୍ରମଣ

”ମନରେ କୋଭିଡ୍‌-୧୯ ଭୂତାଣୁକୁ ନେଇ ଅନେକ ସମୟରେ ଅନେକ ପ୍ରଶ୍ନ ଆସିଥାଏ। ତନ୍ମଧ୍ୟରୁ ଗୋଟିଏ ହେଲା ଯେ ଏହା ବାୟୁ ମାଧ୍ୟମରେ ବ୍ୟାପୁ ନାହିଁ କାହିଁକି ? ବାସ୍ତବରେ ଏହାକୁ ଏକ ଆଶୀର୍ବାଦ ବୋଲି ବିଚାର କରିବାକୁ ହେବ। ନଚେତ୍‌ ଏହାର ଭୟବହତା ଆହୁରି ଯେ କେତେ ହୋଇଥାଆନ୍ତା ତାହା କଳନା କରିବା କଷ୍ଟକର। ନିକଟରେ (ମାର୍ଚ୍ଚ ୨୯, ୨୦୨୦) ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା (ଓ୍ବାଲର୍‌ଡ ହେଲ୍‌ଥ୍‌ ଅର୍ଗାନାଇଜେଶନ) ଏହାକୁ ନେଇ ବିବରଣୀଟିଏ ପ୍ରସ୍ତୁତ କରିବା ସହିତ ଏହାର ପ୍ରତିଷେଧକ ମାର୍ଗ ଦର୍ଶିକାଟିଏ ପ୍ରକାଶ କରିଛି।“

ସମଗ୍ର ବିଶ୍ୱରେ ଏବେ ପ୍ରଳୟର ଆତଙ୍କ ସୃଷ୍ଟି କରିଛି ଏକ ନୂତନ ଶ୍ରେଣୀୟ କରୋନା ଭୂତାଣୁ। ଏହାକୁ କୁହାଯାଉଛି ‘କୋଭିଡ୍‌-୧୯’ ଅର୍ଥାତ୍‌, ୨୦୧୯ରେ ସୃଷ୍ଟି ହୋଇଥିବା କରୋନା ଭାଇରସ ଡିଜିଜ। କେତେକେ ଏହାକୁ ନୂତନ କରୋନା ବୋଲି ଆଖ୍ୟା ଦେଇଛନ୍ତି। କାରଣ ଏହି ରୋଗକାରୀ ଭୂତାଣୁ କରୋନା ଶ୍ରେଣୀର ‘ମାରସ୍‌’ ବା ‘ସାରସ୍‌’ ଆଦି ରୋଗ ଭୂତାଣୁଠାରୁ ସମ୍ପୂର୍ଣ୍ଣ ଭିନ୍ନ। ସୃଷ୍ଟି ହେବାର ମାତ୍ର କେଇ ମାସ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ଏହାର ସଂକ୍ରମଣର ଶିକାର ହୋଇସାରିଛନ୍ତି ୨୧୦ଟି ଦେଶର ପ୍ରାୟ ୨୨ ଲକ୍ଷ ଲୋକ ଏବଂ ମୃତ୍ୟୁବରଣ କରିଛନ୍ତି ପ୍ରାୟ ୧.୫ ଲକ୍ଷ ଲୋକ। ଦିନକୁ ଦିନ ଏହାର କାୟା ବିସ୍ତାରିତ ହେବାରେ ଲାଗିଛି। ଫଳରେ ଏହି ସଂଖ୍ୟା ବଢ଼ି ବଢ଼ି ଚାଲିଛି। ପ୍ରଥମେ ଚାଇନାରୁ ଆରମ୍ଭ ହୋଇଥିବା ଏହି ସଂକ୍ରମଣ ସେଠାରେ ଏବେ ନିୟନ୍ତ୍ରିତ ଅବସ୍ଥାରେ ଥିବାର କୁହାଯାଉଛି, ତେବେ ଆମେରିକା, ଇଟାଲୀ, ଇଂଲଣ୍ଡ, ସ୍ପେନ, ଇରାନ୍‌ ଆଦି ଦେଶରେ ତାହା ପ୍ରଳୟ ସୃଷ୍ଟି କରିଛି। ଆମ ଦେଶରେ ଏହାର ପ୍ରଭାବ ଅପେକ୍ଷାକୃତ କମ୍‌ ବୋଲି କୁହାଯାଇପାରେ। ବର୍ତ୍ତମାନ ସୁଦ୍ଧା ଆମ ଦେଶରେ ସହସ୍ରାଧିକ ସଂକ୍ରମିତ ହୋଇଥିବା ବେଳେ ଶତାଧିକ ମୃତ୍ୟୁବରଣ କରିଛନ୍ତି। ତେବେ ସାମାନ୍ୟତମ ଅସାବଧାନତା କେଉଁ ମୁହୂର୍ତ୍ତରେ ଏହାକୁ କେଉଁ ରୂପ ଦେବ ତାହା କୁହାଯାଇପାରିବ ନାହିଁ। କାରଣ ଏହି ଭୂତାଣୁ ଦ୍ରୁତ ପ୍ରସାରଣକ୍ଷମ ଏବଂ ଅନ୍ୟପକ୍ଷରେ ଏହାର ଚିକିତ୍ସା ପାଇଁ ନିର୍ଭରଯୋଗ୍ୟ ଔଷଧଟିଏ ନାହିଁ କି ପ୍ରତିଷେଧକ ଟିକା ନାହିଁ। ପୁନଶ୍ଚ ଏହାର ଅଧିକାଂଶ ପ୍ରାଥମିକ ଲକ୍ଷଣ ସର୍ଦ୍ଦି ବା ଫ୍ଲୁ ପରି ହୋଇଥିବାରୁ ଏହାଦ୍ୱାରା ସଂକ୍ରମିତ ଲୋକଙ୍କୁ ସହଜରେ ଚିହ୍ନଟ କରିବା ସମ୍ଭବ ନୁହେଁ। କିନ୍ତୁ ସେଭଳି ଲୋକଙ୍କର ସାମାନ୍ୟତମ ସ୍ପର୍ଶରେ ଆସିଲେ ଏହି ରୋଗ ଡେଇଁ ଥାଏ। ସେଥିପାଇଁ ସାମାଜିକ ଦୂରତା ରକ୍ଷା କରିବା ଏବଂ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ବ୍ୟବଧାନ ରକ୍ଷାକୁ ଏହାର ନିରାକରଣର ଏକମାତ୍ର ପନ୍ଥା କୁହାଯାଉଛି। ଏହାରି ଅବଲମ୍ବନ ହେତୁ ଚାଇନାରେ ଏହାର ସଂକ୍ରମଣକୁ ରୋକାଯାଇ ପାରିଲା ବୋଲି ମନେ କରାଯାଏ।
ମନରେ କୋଭିଡ୍‌-୧୯ ଭୂତାଣୁକୁ ନେଇ ଅନେକ ସମୟରେ ଅନେକ ପ୍ରଶ୍ନ ଆସିଥାଏ। ତନ୍ମଧ୍ୟରୁ ଗୋଟିଏ ହେଲା ଯେ ଏହା ବାୟୁ ମାଧ୍ୟମରେ ବ୍ୟାପୁ ନାହିଁ କାହିଁକି ? ବାସ୍ତବରେ ଏହାକୁ ଏକ ଆଶୀର୍ବାଦ ବୋଲି ବିଚାର କରିବାକୁ ହେବ। ନଚେତ୍‌ ଏହାର ଭୟାବହତା ଆହୁରି ଯେ କେତେ ହୋଇଥାଆନ୍ତା ତାହା କଳନା କରିବା କଷ୍ଟକର। ନିକଟରେ (ମାର୍ଚ୍ଚ ୨୯, ୨୦୨୦) ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା (ଓ୍ବାଲର୍‌ଡ ହେଲ୍‌ଥ ଅର୍ଗାନାଇଜେଶନ) ଏହାକୁ ନେଇ ବିବରଣୀଟିଏ ପ୍ରସ୍ତୁତ କରିବା ସହିତ ଏହାର ପ୍ରତିଷେଧକ ମାର୍ଗ ଦର୍ଶିକାଟିଏ ପ୍ରକାଶ କରିଛି।
ତଦନୁଯାୟୀ କୋଭିଡ୍‌-୧୯ ବା ନୂତନ କରୋନା ଭୂତାଣୁଟିଏ ଗୋଟିଏ ଏକକମାଳା ବିଶିଷ୍ଟ ‘ଆର୍‌ଏନ୍‌ଏ’ ଧାରୀ ଭୂତାଣୁ। ଅର୍ଥାତ୍‌ ଏହି ‘ଆର୍‌ଏନ୍‌ଏ’ ଅଣୁ ଉପରେ ଚର୍ବିଳ ପଦାର୍ଥ ସ୍ତର ଏବଂ ତା’ ଉପରେ ପ୍ରୋଟିନ୍‌ ଆବରଣଟିଏ ଥାଏ। ଏହି ଆବରଣ କଣ୍ଟାପରି ତେଣୁ ତାକୁ ଏକ ମୁକୁଟ ବା ଇଂଲିଶରେ ‘କ୍ରାଉନ୍‌’ ରୂପ ଦେଇଥାଏ। ସେଥିପାଇଁ ଏହି ରୋଗକୁ ‘କରୋନା’ ବୋଲି ନାମିତ କରାଯାଇଛି। ଭୂତାଣୁଟି ଶରୀର ମଧ୍ୟକୁ ପ୍ରବେଶ କଲା ପରେ କଣ୍ଟା ସଦୃଶ ଏହି ଶୁଣ୍ଢଗୁଡିକ ଆମ ଜୀବକୋଷ ସହିତ ସଂଯୁକ୍ତ ହୋଇପଡନ୍ତି ଏବଂ ତତ୍ପରେ ତହିଁରେ ଥିବା ଜିନୀୟ ପଦାର୍ଥ ବା ଆର୍‌ଏନ୍‌ଏ ଏଥି ମଧ୍ୟକୁ ପ୍ରବେଶ କରେ। ଅତଏବ ଆମେ ସଂକ୍ରମିତ ହେଉ। ଏହି ଭୂତାଣୁଟି ହେଉଛି ସବୁ ଆର୍‌ଏନ୍‌ଏ ଭୂତାଣୁଙ୍କ ତୁଳନାରେ ବଡ। ଏହା କେବଳ ୫-୧୦ ମାଇକ୍ରୋମିଟର ବ୍ୟାସବିଶିଷ୍ଟ ଶ୍ୱାସନ କ୍ଷୁଦ୍ର କଣିକା ମାଧ୍ୟମରେ ସ୍ବୟଂତ୍ୱରିତ ହୋଇପାରେ। ରୋଗୀର କାଶ, ଛିଙ୍କ, ଛେପ ଆଦିରୁ ଏହା ନିର୍ଗତ ହୋଇଥାଏ। ଏବଂ ତା’ ନିକଟରେ ଥିବା ସୁସ୍ଥ ଲୋକର ପାଟି, ନାକ କିମ୍ବା ଆଖି ଦେଇ ତା’ ଶରୀର ଭିତରକୁ ଯାଇଥାଏ। ତେବେ ଏହି କୋଷିକାଗୁଡିକ ଅପେକ୍ଷାକୃତ ବଡ ହୋଇଥିବାରୁ ପ୍ରାୟ ଏକ ମିଟରରୁ ଅଧିକ ଦୂରତା ପର୍ଯ୍ୟନ୍ତ ଯାଇପାରନ୍ତି ନାହିଁ। ସେଇଥି ପାଇଁ ରୋଗୀଠାରୁ ଦୂରତ୍ୱ ରକ୍ଷା କଲେ ଏ ପ୍ରକାର ପ୍ରତ୍ୟକ୍ଷ ସଂକ୍ରମଣର ଆଶଙ୍କା ହ୍ରାସ ପାଏ। ଅନ୍ୟପକ୍ଷରେ ରୋଗୀର ଦେହରୁ ନିର୍ଗତ ହେଲାପରେ ଉକ୍ତ କଣିକାଗୁଡିକ ଅନ୍ୟ କୌଣସି ବସ୍ତୁରେ ମଧ୍ୟ ଲାଖି ରହିପାରନ୍ତି। ସୁସ୍ଥ ଲୋକଟିଏ ତାହାକୁ ଛୁଇଁଲେ ଭୂତାଣୁ ତା’ ହାତରେ ଲାଗି ପାଟି, ନାକ, ଆଖି କିମ୍ବା କାନ ଦେଇ ପରୋକ୍ଷରେ ସଂକ୍ରମଣ କରିପାରେ। ସେଥିପାଇଁ କୌଣସି କାର୍ଯ୍ୟ କଲା ପରେ ସାବୁନ କିମ୍ବା ସାଇଟାଇଜରରେ ହାତକୁ ବାରମ୍ବାର ଧୋଇବାକୁ ପରାମର୍ଶ ଦିଆଯାଉଛି। ସମ୍ଭବତଃ ଶୁଷ୍କ ପୃଷ୍ଠଭୂମିରେ ଏହି ଭୂତାଣୁ ୪-୫ ଘଣ୍ଟା ଏବଂ ଆର୍ଦ୍ର ପୃଷ୍ଠ ଭୂମିରେ ୧୨-୧୬ ଘଣ୍ଟା ସକ୍ରିୟ ରହିଥାଆନ୍ତି। ତେବେ, ବାୟୁ ଦ୍ୱାରା ଏହା ସଂକ୍ରମଣ ହେବା ପ୍ରମାଣ ଆଜି ପର୍ଯ୍ୟନ୍ତ ମିଳିନାହିଁ।
ସାଧାରଣତଃ ୫ ମାଇକ୍ରୋଗ୍ରାମରୁ କମ୍‌ ବ୍ୟାସ ହୋଇଥିବା କ୍ଷୁଦ୍ର କଣିକାଗୁଡିକ ବାୟୁରେ ଅଧିକ ସମୟ ଭାସି ରହିପାରନ୍ତି ଏବଂ ଅଧିକ ଦୂର ଯାଇପାରନ୍ତି। ତେବେ ସେଗୁଡିକ କୋଭିଡ୍‌-୧୯ ଭୂତାଣୁ ବହନ କରିପାରନ୍ତି ନାହିଁ। ଅନ୍ୟପକ୍ଷରେ କେତେକ ବିଶେଷ ପରିସ୍ଥିତିରେ ଏହା ହୁଏତ ସମ୍ଭବ ହୋଇପାରେ। ଉଦାହରଣ ସ୍ବରୂପ, ରୋଗୀକୁ ଶ୍ୱସନୀ ବିକ୍ଷଣ (ବ୍ରୋଙ୍କୋସ୍କୋପି), ମୁକ୍ତ ଚୂଷନ (ଫ୍ରି ସକସନିଂ), କଣିକାୟନ (ନେବୁଲାଇଜେଶନ), ଶ୍ୱାସନଳୀ ଛେଦନ (ଟ୍ରାକେଓଟୋମି) ଆଦି ଚିକିତ୍ସା କରୁଥିବା ବେଳେ ଚିକିତ୍ସକକୁ ବାୟୁ ମାଧ୍ୟମରେ ସଂକ୍ରମଣ ହେବାର ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ। ତେଣୁ ସେ ସମୟରେ ସେମାନେ ନିର୍ଭୀଯୋଗ୍ୟ ମୁଖା ଏବଂ ଗ୍ଲୋଭ ବ୍ୟବହାର କରିବା ଏକାନ୍ତ ପ୍ରୟୋଜନ।
ବାୟୁରେ କୋଭିଡ୍‌-୧୯ ଭୂତାଣୁ ଭାସମାନ ଅବସ୍ଥାରେ ରହିବାର ଆଶଙ୍କାକୁ ନେଇ ଏବେ ବହୁ ପରୀକ୍ଷା ନିରୀକ୍ଷା ଚାଲିଛି। ଉଦାହରଣସ୍ବରୂପ ‘ଦ ନିୟୁ ଇଂଲଣ୍ଡ ଜର୍ନାଲ ଅଫ ମେଡିସିନ୍‌’ରେ ପ୍ରକାଶିତ ଏକ ତଥ୍ୟ ଅନୁସାରେ ବୈଜ୍ଞାନିକମାନେ ବାୟୁରେ ଭାସମାନ କଣିକାକୁ ଏକ ଶକ୍ତିଶାଳୀ ଯନ୍ତ୍ର ସାହାଯ୍ୟରେ ଉତ୍ପନ କରି ତହିିଁରେ ଏହାକୁ ଧରି ରଖିବା ସମ୍ଭବ ହୋଇପାରିଛି। ତେବେ ଏହି ବ୍ୟବସ୍ଥାଗୁଡିକ ଚିକିତ୍ସାରେ ବ୍ୟବହୃତ ଉପକରଣଗୁଡିକଠାରୁ ଭିନ୍ନ ଥିଲା। ତେଣୁ ବାୟୁ ମାଧ୍ୟମରେ ଏହାର ସଂକ୍ରମଣ କଥା ପ୍ରମାଣ ହୋଇପାରିଲା ନାହିଁ।
ଏସବୁ କଥା ବିଚାରକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂସ୍ଥା କୋଭିଡ୍‌-୧୯ ପ୍ରତିଷେଧକ ରୂପେ ସାମାଜିକ ଦୂରତା ରକ୍ଷା ଏବଂ ସ୍ପର୍ଶରୁ ଦୂରେଇ ରହିବାକୁ ଉପଦେଶ ଦେଇଛି। କେବଳ ଚିକିତ୍ସା ପାଇଁ ବାୟୁରେ ଭାସମାନ କଣିକା ବା ଏରେସଲ୍‌ ଉତ୍ପନ କରୁଥିବା ଯନ୍ତ୍ରପାତି ବ୍ୟବହାର କରୁଥିଲେ ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନେ ବାୟୁବାହିତ ସଂକ୍ରମଣ ପ୍ରତି ସଚେତନ ରହିବା ଉଚିତ। ଅତଏବ, ସାଧାରଣ ଭାବେ ଏହି ରୋଗରୁ ଦୂରେଇ ରହିବାକୁ ହେଲେ ମୁଖା ବା ମାସ୍କ ଓ ଗ୍ଲୋଭସ ବ୍ୟବହାର କରନ୍ତୁ। ପରିବେଶୀୟ ସ୍ବଚ୍ଛତା ଓ ବ୍ୟକ୍ତିଗତ ପରିମଳ (ସାବୁନ୍‌ରେ ହାତ ଧୋଇବା ଭଳି) ରକ୍ଷା, କୀଟାଣୁନାଶକ ସ୍ପ୍ରେ କରିବା ଏବଂ ରୋଗୀଠାରୁ ଦୂରେଇ ରଖିବା ଏଥିପାଇଁ ଯଥେଷ୍ଟ ବୋଲି ଏହା ମତପ୍ରକାଶ କରିଛି।

ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା
-ଉଷାନିବାସ,୧୨୪/୨୪୪୫, ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ : ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri