କୋଭିଡ୍‌ ହେଲ୍‌ଥ ସେଣ୍ଟରରେ ୫-ଟି ସଚିବ

ନୟାଗଡ଼ ଅଫିସ/ରଣପୁର,୬ା୫(ସ୍ବ.ପ୍ର.): ରାଜ୍ୟରେ କରୋନା ସଂକ୍ରମଣ ରୋକିବା ଲାଗି ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ ଯାଇ ସ୍ଥିତି ପରଖୁଛନ୍ତି। ଏହି କ୍ରମରେ ବୁଧବାର ୫-ଟି ସଚିବ ଭି.କେ. ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ନୟାଗଡ଼ ଜିଲା ରଣପୁର ବ୍ଲକ ଚାନ୍ଦପୁରସ୍ଥିତ କୋଭିଡ୍‌ ହେଲଥ୍‌ ସେଣ୍ଟର ପରିଦର୍ଶନ କରି ଫେରିଛନ୍ତି। ପୂର୍ବାହ୍ନ ସାଢ଼େ ୯ଟାରେ ପହଞ୍ଚିବା ପରେ ଉଭୟଙ୍କୁ ସୁରକ୍ଷା ବଳୟ ଭିତରେ ଡାକ୍ତରଖାନା ଭିତରକୁ ନିଆଯାଇଥିଲା। ଉଭୟେ ହସ୍ପିଟାଲର ବିଭିନ୍ନ ୱାର୍ଡ ବୁଲି ଦେଖିବା ସହ ନିୟୋଜିତ କର୍ମଚାରୀଙ୍କୁ ସ୍ବାସ୍ଥ୍ୟସେବା ସମ୍ପର୍କରେ ପଚାରି ବୁଝିଥିଲେ। କରୋନା ମୁକାବିଲା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ। ରାଜ୍ୟ ସରକାରଙ୍କ ୧୦ଟି ଆଇସିୟୁ ଶଯ୍ୟା ଓ ୫ଟି ଭେଣ୍ଟିଲେଟରକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ଜିଲାପାଳ ଓ ସିଡିଏମଓଙ୍କୁ ପରାମର୍ଶ ଦେଇଥିଲେ। କରୋନା ମୁକାବିଲା କ୍ଷେତ୍ରରେ ଜିଲା ପ୍ରଶାସନର ପଦକ୍ଷେପ ସମ୍ପର୍କରେ ଜିଲାପାଳଙ୍କୁ ପଚାରି ବୁଝିଥିଲେ। ଚାନ୍ଦପୁର କୋଭିଡ୍‌ ହେଲଥ୍‌ ସେଣ୍ଟରରେ ୧୩ଜଣ ଡାକ୍ତରଙ୍କ ସମେତ ୧୦୦ଜଣ ବୈଷୟିକ ଜ୍ଞାନକୌଶଳଧାରୀଙ୍କୁ ନିୟୋଜିତ କରାଯାଇଥିବା ଜିଲାପାଳ ଦର୍ଶାଇଥିଲେ। ସେହିଭଳି ଦୁଇଟି କୋଭିଡ୍‌ ୧୯ କେୟାର ହସ୍ପିଟାଲ ଚାଲୁଥିବା କହିଥିଲେ। ଗ୍ରୀନ ଜୋନରେ ଥିବା ନୟାଗଡ ଜିଲାରେ ସାମାଜିକ ଦୂରତା ରକ୍ଷାକୁ ଅଣଦେଖା କରା ନ ଯାଉ ବୋଲି ୫-ଟି ସଚିବ ପରାମର୍ଶ ଦେଇଥିଲେ। ଜିଲାପାଳ ପୋମା ଟୁଡୁ, ଏସ୍‌ପି ପ୍ରତ୍ୟୁଷ ଦିବାକର, ସିଡିଏମ୍‌ଓ ଶ୍ୱେତ ମହାପାତ୍ର, ଚାନ୍ଦପୁର କୋଭିଡ୍‌ ହେଲ୍‌ଥ ସେଣ୍ଟରର ଡାକ୍ତର ବି. ସୁର଼୍ୟା ରାଓ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri