କୋଭିଡ୍‌ ଯୋଦ୍ଧାଙ୍କୁ ପ୍ରଶଂସା ପତ୍ର

ସୋରଡା,୨୩ା୪(ଡି.ଏନ୍‌.ଏ.)- ଭାଜପା ତରଫରୁ ଗୁରୁବାର ବରିଷ୍ଠ ନେତା ଭଗବାନ ପଣ୍ଡାଙ୍କ ଦ୍ୱାରା କରୋନା ମୁକାବିଲା ପାଇଁ ଜନସାଧାରଣଙ୍କୁ ସଚେତନ କରୁଥିବା ପୋଲିସ ଅଧିକାରୀଙ୍କୁ ପ୍ରଶଂସା ପତ୍ର, ମାସ୍କ ପ୍ରଦାନ କରିଛନ୍ତି। ଏଥିରେ ହରିହର ପଣ୍ଡା, ବାସୁଦେବ ସାହୁ, ଜାନକୀ ପଟ୍ଟନାୟକ ପ୍ରମୁଖ ସାମିଲ ହୋଇଥିଲେ। ଆଇଆଇସି ରମେଶ କୁମାର ପ୍ରଧାନ, ଅତିରିକ୍ତ ତହସିଲଦାର କୁରେଶ କୁମାର ଯାନୀ, ଡ. ସନ୍ତୋଷ କୁମାର ପଣ୍ଡା, ବି. ସୀମାଞ୍ଚଳ ମଣ୍ଡଲ, କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନି କୁମାର ପ୍ରଧାନ ପ୍ରମୁଖଙ୍କ କାର୍ଯ୍ୟାଳୟକୁ ଯାଇ ଶ୍ରଦ୍ଧା ଜ୍ଞାପନ ସହ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ। ଏଭଳି ରାଷ୍ଟ୍ରୀୟ ସଙ୍କଟ ସମୟରେ ସେବା କରୁଥିବାରୁ କୃତଜ୍ଞତା ଜଣାଇଥିଲେ।