କୋଭିଡ୍‌ ଫଣ୍ଡକୁ ବୃତ୍ତି ଟଙ୍କା ଦେଲେ ଛାତ୍ରୀ

ଛତ୍ରପୁର,୩୧ା୩(ଡି.ଏନ୍‌.ଏ.)- କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡ (କୋଭିଡ୍‌ ଫଣ୍ଡ)କୁ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀ ପୂର୍ବରୁ ପାଇଥିବା ବୃତ୍ତି ଅର୍ଥରୁ ୩ ହଜାର ଟଙ୍କା ଦେଇଛନ୍ତି। ସେହେଲେ ଗଞ୍ଜାମ ଜିଲା ଛତ୍ରପୁର ଅନ୍‌ସ୍ଲୋ ସରକାରୀ ହାଇସ୍କୁଲର ଛାତ୍ରୀ ସ୍ନେହାମୟୀ ପଲାଇ। ସେ ମଙ୍ଗଳବାର ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କୁ ଭେଟି ୩ହଜାର ଟଙ୍କାର ଚେକ୍‌ ପ୍ରଦାନ କରିଛନ୍ତି। ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ଅବିନାଶ ଶତପଥୀ, ସିଆର୍‌ସିସି ଗୀତା ରଥ ଉପସ୍ଥିତ ଥିଲେ।