କୋଭିଡ୍‌ ଫଣ୍ଡକୁ ଅଧ୍ୟକ୍ଷା ଦେଲେ ୩୦ ହଜାର

ଦିଗପହଣ୍ଡି,୩୧ା୩(ଡି.ଏନ.ଏ.)- ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ଅଧ୍ୟକ୍ଷା ପ୍ରଣତି ପାତ୍ର ମୁଖ୍ୟମନ୍ତ୍ରୀଙ୍କ କୋଭିଡ୍‌ ରିଲିଫ ପାଣ୍ଠିକୁ ୩୦ ହଜାର ଟଙ୍କା ଦାନ କରିଛନ୍ତି। ଅନ୍‌ଲାଇନ୍‌ରେ ସେ ଏହି ଅର୍ଥ ଟ୍ରାଜ୍ଞାକ୍‌ସନ୍‌ କରିଛନ୍ତି। କରୋନା ମହାମାରୀର ମୁକାବିଲା ପାଇଁ ସମସ୍ତ ଛାତ୍ରୀଛାତ୍ର, ଅଧ୍ୟାପିକା ଅଧ୍ୟାପକ ଓ ସରକାରୀ କର୍ମଚାରୀ ସ୍ବେଚ୍ଛାକୃତ ଭାବେ ଆଗେଇ ଆସିବା ସହ ବିପର୍ଯ୍ୟୟ ପରିଚାଳନା ପାଇଁ ସରକାରଙ୍କୁ ପ୍ରତିଟି କ୍ଷେତ୍ରରେ ସହଯୋଗ କରିବାକୁ ସେ ଅନୁରୋଧ କରିବା ସହ ଲକ୍‌ଡାଉନ୍‌ କଟକଣାକୁ ମାନି ସରକାରଙ୍କ ନୀତି ନିର୍ଦ୍ଦେଶାବଳୀକୁ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି।