କୋଭିଡ୍‌ ନିୟମ ଉଲ୍ଲଘଂନ, ଔଷଧ ଦୋକାନ ସିଲ୍‌

ଦିଗପହଣ୍ଡି,୨୧ା୫(ଡି.ଏନ୍‌.ଏ.)- କୋଭିଡ-୧୯ ନିୟମ ଉଲ୍ଲଘଂନ କରି ବ୍ୟବସାୟ କରୁଥିବା ଅଭିଯୋଗରେ ଦିଗପହଣ୍ଡି ବସ୍‌ଷ୍ଟାଣ୍ଡସ୍ଥିତ ରଥ ମେଡିସିନ ଷ୍ଟୋରକୁ ତହସିଲ ପ୍ରଶାସନ ପକ୍ଷରୁ ବୁଧବାର ସିଲ କରାଯାଇଛି। ଦିଗପହଣ୍ଡି ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁଙ୍କ ନେତୃତ୍ୱରେ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ପହଞ୍ଚତ୍ବାବେଳେ ଗ୍ରାହକ ମାନଙ୍କ ମଧ୍ୟରେ ସାମାଜିକ ଦୂରତ୍ୱ ରହି ନ ଥିବା ଦେଖିଥିଲେ। ଏ ସମ୍ପର୍କରେ ଷ୍ଟୋର ମାଲିକ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ପ୍ରଶାସନ ପକ୍ଷରୁ ଜରିମାନା ପ୍ରଦାନ କରିବାକୁ କୁହାଯାଇଥିଲା। କିନ୍ତୁ ସେ ଜରିମାନା ଦେବାକୁ ଅମଙ୍ଗ ହେବାପରେ ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ କ୍ରମେ ମେଡ଼ିସିନ ଷ୍ଟୋରକୁ ସିଲ୍‌ କରିଦିଆଯାଇଛି। ସେହିଭଳି ସାମାଜିକ ଦୂରତ୍ୱ ନିୟମ ପାଳନ କରି ନ ଥିବା ଏବଂ ମାସ୍କ ପରିଧାନ କରି ନ ଥିବା ଅଭିଯୋଗରେ ଅନ୍ୟ ୩ ଦୋକାନକୁ ମଧ୍ୟ ସିଲ୍‌ କରାଯାଇ ବିଭିନ୍ନ ଦୋକାନୀଙ୍କ ଠାରୁ ୨୬ହଜାର ୨ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି।