କୋଭିଡ୍‌ ଡ୍ୟୁଟି ଲେଖି କାରରେ ଗଞ୍ଜେଇ ଚାଲାଣ, ଜଣେ ଗିରଫ

ରାଇକିଆ,୨୫ା୪(ଡି.ଏନ୍‌.ଏ.)- ରାଇକିଆ ପୋଲିସ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣକୁ ଗିରଫ କରିଛି । ଶନିବାର ଭୋରରୁ ପେଟ୍ରୋଲିଂବେଳେ ସନ୍ଦେହରେ କୋଭିଡ ଡ୍ୟୁଟି ଲେଖାଥିବା ଏକ କାର୍‌କୁ ଅଟକାଇଥିଲା। ମାତ୍ର ତାହା ନ ଅଟକି ରାଇକିଆ- କରଡା ଦିଗରେ ପଳାଇଥିଲା। ପୋଲିସ ଉକ୍ତ କାରକୁ ପିଛା କରି ଗମାଣ୍ଡି ନିକଟରେ ଅଟକାଇଥିଲା। ଯାଞ୍ଚବେଳେ ସେଥିରୁ ୩୨କେଜି ଗଞ୍ଜେଇ ମିଳିବାପରେ ଅଭିଯୁକ୍ତ ଗଣେଶ ପ୍ରଧାନକୁ କାବୁ କରିଥିଲା। ରାଇକିଆ ତହସିଲଦାର ସାରଦାକାନ୍ତି ଦଳେଇଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ ଓଜନ କରାଯାଇଥିଲା। ଏ ନେଇ ରାଇକିଆ ଥାନା ରେ ନଂ.୧୯/୨୦ରେ ମାମଲା ରୁଜୁ ହୋଇଥିବା ଥାନା ଅଧିକାରୀ ଅଲେଖ ଗରଡିଆ କହିଛନ୍ତି। ଅଭିଯୁକ୍ତଙ୍କ ଘର ନୟାଗଡ଼ ଜିଲା ରଣପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି।