କୋଣାର୍କ ହେବ ନୂଆ ଡେଷ୍ଟିନେଶନ

ଭୁବନେଶ୍ୱର,୨୩ା୯(ବ୍ୟୁରୋ) : ପ୍ରଥମେ କଚ୍ଛ୍‌ରେ ହେଉଥିବା ରାନ୍‌ ଉତ୍ସବ ଶୈଳୀରେ କୋଣାର୍କରେ ମାସିକିଆ ଉତ୍ସବ, ଆଉ ଏବେ ପର୍ଯ୍ୟଟକଙ୍କ ଲାଗି ଏକ ସ୍ଥାୟୀ ପ୍ରକଳ୍ପ। କୋଣାର୍କକୁ ଓଡ଼ିଶାର ଏକ ପ୍ରମୁଖ ଟୁରିଜମ୍‌ ଡେଷ୍ଟିନେଶନ ବା ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାକୁ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଉଭୟ ପୁରୀ ଓ କୋଣାର୍କକୁ ଯୁବ ପର୍ଯ୍ୟଟକଙ୍କ ଲାଗି ଏକ ଟୁରିଜମ୍‌ ହବ୍‌ରେ ପରିଣତ କରିବାକୁ ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ ହୋଇଛି। ଆଧ୍ୟାତ୍ମିକ ଓ ଐତିହ୍ୟ ପର୍ଯ୍ୟଟନରୁ ବାହାରି ଏହି ସ୍ଥାନକୁ କିଭଳି ଆଡ୍‌ଭେଞ୍ଚର୍‌, ଓ୍ବାଟର୍‌ ସ୍ପୋର୍ଟସ ଓ ଆମ୍ୟୁଜମେଣ୍ଟ ଟୁରିଜମ୍‌ ପାଇଁ ଲୋକପ୍ରିୟ କରିହେବ ତାହାକୁ ଗୁରୁତ୍ୱ ଦିଆଯାଇଛି। ପୁରୀରେ ଏକ ଓ୍ବାଟର୍‌ ସ୍ପୋର୍ଟ ପ୍ରକଳ୍ପକୁ ଅନୁମତି ମିଳିସାରିଥିବାବେଳେ କୋଣାର୍କ ଚନ୍ଦ୍ରଭାଗାରେ ପୁଣିଥରେ ସର୍ଫି ଫେଷ୍ଟିଭାଲ ଆରମ୍ଭ କରିବାକୁ ଯୋଜନା ହୋଇଛି। ବିଶ୍ୱପ୍ରସିଦ୍ଧ କୋଣାର୍କ କେବଳ ସୂର୍ଯ୍ୟ ମନ୍ଦିର ବ୍ୟତୀତ ଯେପରି ଆଡ୍‌ଭେଞ୍ଚର ଓ ଓ୍ବାଟର୍‌ ସ୍ପୋର୍ଟସ ଆକ୍ଟିଭିଟି ପାଇଁ ମଧ୍ୟ ପ୍ରସିଦ୍ଧି ଲାଭ କରିବ ତାହାକୁ ଦୃଷ୍ଟିରେ ରଖି ଏକ ନୂଆ ପ୍ରକଳ୍ପ ଆରମ୍ଭ ହେବ। ଦିନିକିଆ ଭ୍ରମଣ ପର୍ଯ୍ୟଟନସ୍ଥଳୀ ପରିବର୍ତ୍ତେ କୋଣାର୍କକୁ ରହଣି ପର୍ଯ୍ୟଟନସ୍ଥଳୀରେ ପରିଣତ କରାଯିବ। ୧ କିଲୋମିଟର ପରିମିତ ଅଞ୍ଚଳରେ ବିଭିନ୍ନ ସ୍ଥାୟୀ ପ୍ରକଳ୍ପ କରାଯିବ। ପର୍ଯ୍ୟଟକଙ୍କ ପାଇଁ ଆକ୍ଟିଭିଟି ଜୋନ୍‌ ସହ ଚିଲ୍‌ଡ୍ରେନ୍ସ ପାର୍କ ଏବଂ ସ୍ବତନ୍ତ୍ର ଭାବେ ଫୁଡ୍‌ ଆଣ୍ଡ୍‌ ବେଭରେଜ୍‌ ଜୋନ୍‌ ରହିବ। ଏଥିପାଇଁ ସ୍ଥାନ ଚିହ୍ନଟ ହୋଇସାରିଛି। ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ ଯୋଜନା ପ୍ରସ୍ତୁତ ହୋଇ କାର୍ଯ୍ୟ ଆରମ୍ଭ ହେବ। ଏହାସହ ଚନ୍ଦ୍ରଭାଗାରେ ଆଗରୁ ହେଉଥିବା ସର୍ଫି ଫେଷ୍ଟିଭାଲ୍‌ ଆସନ୍ତା ବର୍ଷଠାରୁ ପୁଣିଥରେ ଆରମ୍ଭ ହେବ। ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାରେ ଏହି ଫେଷ୍ଟିଭାଲ ମୁଖ୍ୟ ଭୂମିକା ଗ୍ରହଣ କରିବ। ସେହିଭଳି ପୁରୀରେ ଓ୍ବାଟର୍‌ ସ୍ପୋର୍ଟସର ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାବେଳେ ଏହା ମଧ୍ୟରେ ଏକ ପ୍ରସ୍ତାବକୁ ମଞ୍ଜୁରୀ ମିଳିସାରିଥିବା ସୂଚନା ଦେଇଛନ୍ତି ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ବିଶାଳ ଦେବ। ରାନ୍‌ ଅଫ୍‌ କଚ୍ଛ୍‌ ଫେଷ୍ଟିଭାଲ ଭଳି କୋଣାର୍କରେ ଅସ୍ଥାୟୀ ଟେଣ୍ଟ୍‌ ସହର ନିର୍ମାଣ କରାଯିବ। ଡିସେମ୍ବରରୁ ଜାନୁୟାରୀ ମଧ୍ୟରେ ହେବାକୁ ଥିବା ଏହି ଫେଷ୍ଟିଭାଲରେ ଓଡ଼ିଶାର କଳା, ସଂସ୍କୃତି, ନୃତ୍ୟ, ସଙ୍ଗୀତ ପରିବେଷଣ ସହ ବିଭିନ୍ନ ଆକ୍ଟିଭିଟିର ଆୟୋଜନ କରାଯିବ। କୁମ୍ଭମେଳା ଓ ରାନ୍‌ ଫେଷ୍ଟିଭାଲ ଆୟୋଜନ କରୁଥିବା ସଂସ୍ଥା ଏହାର ଆୟୋଜନ କରିବ ବୋଲି ସଚିବ କହିଛନ୍ତି।

ସ୍ବର୍ଣ୍ଣ ତ୍ରିଭୁଜରେ ଟୁରିଷ୍ଟ ପୋଲିସକୁ ଗୁରୁତ୍ୱ
ପର୍ଯ୍ୟଟନ ଶିଳ୍ପରେ ମୁଖ୍ୟମନ୍ତ୍ରୀଙ୍କ ୫ ‘ଟି’ର ଉପଯୋଗ ଉପରେ ଗୁରୁତ୍ୱ ଦିଆଯାଉଛି। ଭିତ୍ତିଭୂମି ବିକାଶ ଆମର ପ୍ରାଥମିକତା ରହିବ ବୋଲି ପର୍ଯ୍ୟଟନ ସଚିବ ବିଶାଳ ଦେବ ସୂଚନା ଦେଇଛନ୍ତି। ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଏକାଠି କରି ରାଜ୍ୟ ସରକାର ୯ଟି ଗୁରୁତ୍ୱପୂର୍ଣ୍ଣ ଟୁରିଜମ୍‌ ସର୍କିଟ୍‌ ପ୍ରସ୍ତୁତ କରିଛନ୍ତି। ଏହି ସ୍ଥାନଗୁଡ଼ିକର ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦିଆଯିବ। ଏହାସହ ବିଶ୍ୱ ବଜାରରେ ଏହି ସର୍କିଟକୁ ପ୍ରମୋଟ କରାଯିବ। ସ୍ବର୍ଣ୍ଣ ତ୍ରିଭୁଜରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ୮ ଟୁରିଷ୍ଟ ପୋଲିସ ସେଲ୍‌ କାର୍ଯ୍ୟକ୍ଷମ କରାଯାଇଛି। ଭୁବନେଶ୍ୱର, ପୁରୀ, କୋଣାର୍କ ଏବଂ ଚିଲିକାରେ ଏହି ସେଲ୍‌ କାର୍ଯ୍ୟକ୍ଷମ ହୋଇଥିବାବେଳେ ପୋଲିସକୁ ସ୍ବତନ୍ତ୍ର ପ୍ରଶିକ୍ଷଣ ପ୍ରଦାନ କରାଯାଉଥିବା ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା: ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ, ଏବେ…

ଓ୍ବାଶିଂଟନ,୨୦।୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଆମେରିକା ସୁପ୍ରିମକୋର୍ଟରୁ ବଡ଼ ଝଟ୍‌କା ଲାଗିଛି। ଶୁକ୍ରବାର କୋର୍ଟ ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ବ୍ୟାପକ ‘ଟାରିଫ’ (Tariff) ବା ଆମଦାନୀ…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

ସୁଦୃଢ଼ ହେବ ସ୍ବାସ୍ଥ୍ୟସେବା, ରାଜ୍ୟରେ ୫ ନୂଆ ମେଡିକାଲ କଲେଜ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର,୨୦।୨: ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଅଧିକ ସୁଦୃଢ଼ କରିବା ପାଇଁ ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ୫ ନୂଆ ମେଡିକାଲ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri