କୋଟାରୁ ଫେରୁଛନ୍ତି ସୁବର୍ଣ୍ଣପୁରର ୩୭ଛାତ୍ରୀଛାତ୍ର

ସୋନପୁର,୨।୫(ନି.ପ୍ର.): ଲକ୍‌ଡାଉନ୍‌ ଯୋଗୁଁ ରାଜସ୍ଥାନର କୋଟାରେ ଫସି ରହିଥିବା ସୁବର୍ଣ୍ଣପୁର ଜିଲାର ୩୭ଜଣ ଛାତ୍ରୀଛାତ୍ର ଘରକୁ ପେରୁଛନ୍ତି। ସ୍ବାସ୍ଥ୍ୟ ପରୀକ୍ଷା ପରେ ଶନିବାର ମଧ୍ୟାହ୍ନ ୧୨ଟାରେ ୧୨ ଛାତ୍ରୀ ଓ ୨୫ ଛାତ୍ର ୨ଟି ବସ୍‌ ଯୋଗେ କୋଟାରୁ ବାହାରିଛନ୍ତି। ୨୫ଘଣ୍ଟାର ଯାତ୍ରା ପରେ ରବିବାର ସନ୍ଧ୍ୟା ସୁଦ୍ଧା ଛାତ୍ରୀଛାତ୍ର ସୁବର୍ଣ୍ଣପୁରରେ ପହଞ୍ଚତ୍ବେ ବୋଲି ସୂଚନା ମିଳିଛି। ଅଭିଭାବକମାନେ ନିଜ ଖର୍ଚ୍ଚରେ ସେମାନଙ୍କ ପିଲାମାନଙ୍କୁ ଆଣୁଛନ୍ତି । ପ୍ରକାଶ ଯେ, ଜିଲାର ୬ ଗୋଟି ବ୍ଲକର ୫୫ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଗତ ୧ ବର୍ଷ ଧରି କୋଟାରେ ମେଡିକାଲ କୋଚିଂ ନେଉଥିଲେ। କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ସରକାରଙ୍କ କଟକଣା ଯୋଗୁଁ ମେଡିକାଲ କୋଚିଂ ବନ୍ଦ ହୋଇଥିଲା। ଛାତ୍ରାବାସରେ ଅନ୍ତେବାସୀଙ୍କୁ ଠିକ୍‌ ଭାବେ ଖାଇବାକୁ ମିଳି ନଥିଲା। ଏଥିପାଇଁ ଉତ୍ତରପ୍ରଦେଶ, ବିହାର, ଗୁଜୁରାଟ, ଛତିଶଗଡ, ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ଭଳି ରାଜ୍ୟର ଛାତ୍ରୀଛାତ୍ରଙ୍କୁ ସେଠାକାର ସରକାର ନିଜ ରାଜ୍ୟକୁ ବସ୍‌ ଯୋଗେ ନେଇ ଯାଇଥିଲେ। ଓଡିଶାର ଛାତ୍ରୀଛାତ୍ରମାନେ ମାନସିକ ଚାପରେ ଥିଲେ। ଅଭିଭାବକମାନେ ଯେତେ କହିଲେ ହେଲେ ମଧ୍ୟ ସେମାନଙ୍କ କଥା କେହି ଶୁଣି ନଥିଲେ। ତେବେ ସୁବର୍ଣ୍ଣପୁର ଜିଲାର ପ୍ରାୟ ୧୮ ଛାତ୍ରୀଛାତ୍ର ପରିଚିତ ଲୋକଙ୍କ ଜରିଆରେ ଅନ୍ୟ ରାଜ୍ୟ ସରକାରଙ୍କ ମାଧ୍ୟମରେ ସେମାନଙ୍କ ପିଲାଙ୍କୁ ନେଇ ଆସିଥିଲେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନୂତନ ବିଜ୍ଞପ୍ତି ପ୍ରକାଶ ପରେ ସୁବର୍ଣ୍ଣପୁର ଜିଲାପାଳ ମୋନିଷା ବାନାର୍ଜୀ କୋଟା ଜିଲାପାଳ ଏବଂ ଏଲେନ ମେଡିକାଲ କୋଚିଙ୍ଗ ପରିଚାଳକ ନବୀନ ମାହେଶ୍ୱରୀଙ୍କ ସହ ଯୋଗାଯୋଗ କରି ଛାତ୍ରୀଛାତ୍ର କିଭଳି ଘରକୁ ଫେରିବେ ଉଦ୍ୟମ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲର୍‌ଙ୍କ ଘର ବାହାରେ ବ୍ଲାଙ୍କ ଫାୟାରିଂ ଅଭିଯୋଗ

ଖଲ୍ଲିକୋଟ,୨୬।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସି କାଉନ୍‌ସିଲରଙ୍କ ଘରେ ପଶି ମାର୍‌ପିଟ ସହ ବ୍ଲାଙ୍କ ଫାୟାରିଂ କରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ...

ଓଏଚ୍‌ଆର୍‌ସିରେ କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣ ମାମଲା: ଏନ୍‌ଏଚ୍‌ଏଆଇକୁ ରିପୋର୍ଟ ତଲବ

କଟକ,୨୬ା୪ (କାର୍ତ୍ତିକ ସାହୁ)- କଟକ-ସମ୍ବଲପୁର ଜାତୀୟ ରାଜପଥ ନିର୍ମାଣରେ ଅହେତୁକ ବିଳମ୍ବ ହେତୁ ଦୁର୍ଘଟଣା ବଢ଼ିଚାଲିଛି। ଏହି ରାଜପଥର ନିର୍ମାଣ କାର୍ଯ୍ୟ ଦୀର୍ଘ ୧୨ ବର୍ଷ...

କଂଗ୍ରେସରେ ମିଶିଲେ ବିଜେଡିର ପୁରୁଖା ନେତ୍ରୀ

ଭୁବନେଶ୍ୱର,୨୬।୪: ବିଜେଡିର ପୁରୁଖା ନେତ୍ରୀ ବୈଜୟନ୍ତୀମାଳା ମହାନ୍ତି ଆଜି ହାତ ଧରିଛନ୍ତି। ସେ ଶୁକ୍ରବାର ବିଧିବଦ୍ଧ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୟାଗଡ ଜିଲା...

ଭଦ୍ରକ-ଯାଜପୁର ଜେଲ୍‌ରେ କ୍ଷମତାଠାରୁ ଅଧିକ କଏଦୀ: ଭିଡ ହଟାଇବାକୁ ପଦକ୍ଷେପ ନେଇ ଜଣାଇବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ,୨୬ା୪ (କାର୍ତ୍ତିକ ସାହୁ)- ଭଦ୍ରକ ଓ ଯାଜପୁର ଜିଲା ଜେଲରୁ ଭିଡ଼ ହଟାଇବାକୁ କି ପଦକ୍ଷେପ ନେଇଛ ଜଣାଅ ବୋଲି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଶୁକ୍ରବାର...

ଗୋଟିଏ ଜୁଇରେ ଜଳିଲା ଦୁଇ ଭଉଣୀଙ୍କ ମୃତଦେହ

ଗୋପ,୨୬ା୪(ଭାରତୀ ଭୂଷଣ ଉପାଧ୍ୟାୟ): ଗାଁ ଶଶ୍ନାନର ଗୋଟିଏ ଜୁଇରେ ଦୁଇ ଭଉଣୀଙ୍କ ମୃତଦେହ ଦାହ କରାଯାଇଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଦାହ ସମୟରେ ଡଭାର...

ପୁଣି ପ୍ରାର୍ଥୀ ବଦଳାଇବ ଭାଜପା, ପର୍ଶୁରାମ ଧଡାଙ୍କ ଘର ବାହୁଡା ପରେ ଜୋର ଧରିଲା ଚର୍ଚ୍ଚା

ଭୁବନେଶ୍ୱର,୨୬।୪: ପୁଣିଥରେ ପ୍ରାର୍ଥୀ ବଦଳାଇପାରେ ଭାରତୀୟ ଜନତା ପାର୍ଟି । ସୋର ବିଧାୟକ ପର୍ଶୁରାମ ଧଡା ଭାଜପାରେ ସାମିଲ ହେବା ପରେ ପ୍ରାର୍ଥୀ ପରିବର୍ତନ ନେଇ...

ଜାତୀୟ ରାଜପଥ କଡ଼ରେ କୁଆଁ କୁଆଁ ଶବ୍ଦ: ନବଜାତ ଶିଶୁପୁତ୍ରକୁ ଛାଡ଼ି ମା’ ଫେରାର

ଛତ୍ରପୁର,୨୬।୪(ଦିଲ୍ଲୀପ ସାମଲ): ରାସ୍ତାକଡ଼ରେ ନବଜାତକକୁ ଛାଡ଼ି ମା’ ଫେରାର। ଛତ୍ରପୁରରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି। ଶୁକ୍ରବାର ରାତିରେ ଜାତୀୟ ରାଜପଥ କଡ଼ରେ ଶିଶୁପୁତ୍ରଟିଏ...

ମଇଦାନକୁ ଓହ୍ଲାଇବେ ମୋକିମଙ୍କ ଝିଅ ସୋଫିଆ, ବିରୋଧୀ ଛାନିଆ

କଟକ,୨୬।୪: ବିଧାୟକ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିରଦୋସ୍‌ ଏଥର ବାରବାଟୀ-କଟକ ଆସନରୁ ଲଢ଼ିବା ପ୍ରାୟତଃ ନିଶ୍ଚିତ । କେବଳ ଏଆଇସିସିର ଘୋଷଣାକୁ ବାକି ରହିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri