Categories: କନ୍ଧମାଳ

କୋଟଗଡ଼ ବ୍ଲକ: ନୂଆବର୍ଷ ପାଇଁ ପ୍ରତିଷେଧକ ଟକା କାର୍ଯ୍ୟକ୍ରମ ବନ୍ଦ

କୋଟଗଡ,୩ା୧(ଡି.ଏନ.ଏ.) – କନ୍ଧମଳ ଜିଲା କୋଟଗଡ ବ୍ଲକରେ ୧୫ଟି ପଞ୍ଚାୟତ ରହିଛି। ପ୍ରତ୍ୟେକ ପଞ୍ଚାୟତରେ ଏଏନ୍‌ଏମ ଓ ଆଶା କର୍ମୀଙ୍କ ଦ୍ୱାରା ଶିଶୁ ଓ ଗର୍ଭବତୀମାନଙ୍କୁ ମାସର ପ୍ରଥମ ବୁଧବାର ପ୍ରତିଷେଧକ ଟିକା ଦେବା ପାଇଁ ନିୟମ ରହିଛି। ମାତ୍ର ଏଠାରେ ତାହାକୁ ଅବମାନନା କରିଛନ୍ତି ଡାକ୍ତରଖାନା କର୍ତ୍ତୃପକ୍ଷ। ଫଳରେ ଶିଶୁ ଓ ଗର୍ଭବତୀ ପ୍ରତିଷେଧକ ଟୀକା ପାଇବାରୁ ବଞ୍ଚତ୍ତ ହୋଇଛନ୍ତି। ପ୍ରତ୍ୟେକ ମାସର ପ୍ରଥମ ବୁଧବାର ଟୀକାକରଣ କରାଯାଉଥିବାରୁ ଟିକା ନ ପାଇ ଦୂରଦୂରାନ୍ତରୁ ଆସିଥିବା ବହୁ ମହିଳା ନିରାଶରେ ଫେରିଥିଲେ। ଏଭଳି ଏକ ଜାତୀୟ କାର୍ଯ୍ୟକ୍ରମକୁ କିଭଳି ବନ୍ଦ କରାଗଲା ବୋଲି ପ୍ରଶ୍ନ କରିଛନ୍ତି ଅଞ୍ଚଳବାସୀ। ଏନେଇ କୋଟଗଡ ଏଏନ୍‌ଏମ ମଧୁସ୍ମିତା ନାୟକଙ୍କୁ ପଚାରିବାରୁ ନୂତନବର୍ଷ ଥିବା ଯୋଗୁ ଟୀକାକରଣ କରାଯାଇପାରି ନ ଥିବା ପ୍ରକାଶ କରିଛନ୍ତି।