କୋଇଲିସାହିରେ ଅଗ୍ନିକାଣ୍ଡ

ରୂପ୍‌ସା, ୨୨।୮(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ କୁରାଢ଼ିଆ ପଞ୍ଚାୟତ ଅନ୍ତର୍ଗତ କୋଇଲିସାହି ଗ୍ରାମରେ ବୁଧବାର ରାତି ପ୍ରାୟ ଗୋଟାଏ ବେଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଶତ୍ରୁଘ୍ନ ବାରିକଙ୍କ ସେଲୋ ଘର ସମ୍ପୂର୍ଣ୍ଣ ଭସ୍ମୀଭୂତ ହୋଇଯାଇଛି। ସେଲୋ ଘରେ ଥିବା ପାଇପ୍‌, ମୋଟର, ପ୍ଲାଷ୍ଟର ସମେତ ବହୁ ଆସବାବପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ବାଲେଶ୍ୱର ଦମକଳ ବାହିନୀ ଖବର ପାଇ ପହଞ୍ଚତ୍ବା ବେଳକୁ ସବୁ ପୋଡ଼ି ଛାରଖାର ହୋଇଯାଇଥିଲା।