କୋଇଲା ବୋଝେଇ ବଗି ଛାଡ଼ି ଚାଲିଗଲା ଇଞ୍ଜିନ୍‌

ବସ୍ତା,୫।୩(ଡି.ଏନ.ଏ.)- ଦକ୍ଷିଣ-ପୂର୍ବ ରେଳପଥର ବସ୍ତା ଷ୍ଟେଶନ ନିକଟରେ ବୁଧବାର ସନ୍ଧ୍ୟା ୫ଟା ୫୦ ମିନିଟ୍‌ ସମୟରେ ଏକ କୋଇଲା ବୋଝେଇ ଟ୍ରେନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । କୋଇଲା ନେଇ ଯାଉଥିବା ଏହି ଟ୍ରେନ୍‌(ନଂ. ୩୨୪୨୧ )ରେ ମୋଟ ୫୮ଟି ବଗି ରହିଥିଲା। ଏହା ବାଲେଶ୍ୱରରୁ ଡାଉନ୍‌ ଲାଇନ୍‌ରେ ଜଳେଶ୍ୱର ଯାଉଥିବାବେଳେ ବସ୍ତା ରେଳଷ୍ଟେଶନ ନିକଟରେ ପହଞ୍ଚତ୍ବା ପୂର୍ବରୁ ଦକ୍ଷିଣ କ୍ୟାବିନ୍‌ ଠାରେ ହଠାତ୍‌ ଇଞ୍ଜିନ୍‌ ସହ ୩ଟି ବଗି ଅନ୍ୟ ବଗିଠାରୁ ଛିଣ୍ଡି ଅଲଗା ହୋଇଯାଇଥିଲା। ପଛରେ ଲାଗିଥିବା କେବଳ ୩ଟି ବଗି ନେଇ ଇଞ୍ଜିନ ପଳାଇ ଯାଇ ଷ୍ଟେଶନ ନିକଟରେ ଅଟକିଥିଲା।
ଉକ୍ତ ମାଲବାହୀ ଟ୍ରେନର ବିଚ୍ଛିନ୍ନ ବଗିଗୁଡିକ କିଛି ଦୂର ଗଡି ଆସି ଦକ୍ଷିଣ କ୍ୟାବିନ୍‌ ନିକଟରେ ରହିଯିିବାରୁ ଲେଭଲ କ୍ରସିଂ ବନ୍ଦ ହୋଇ ଯାଇଥିଲା। ଫଳରେ ରାସ୍ତାରେ ଶତାଧିକ ଗାଡ଼ିମୋଟର ଅଟକି ରହିଥିଲା। ଦୀର୍ଘ ଘଣ୍ଟାଏ ପରେ ରେଳବାଇ କର୍ମଚାରୀ ଇଞ୍ଜିନ୍‌କୁ ନେଇ ବଗି ସହିତ ଯୋଡ଼ିଥିଲେ। ଇଞ୍ଜିନ୍‌ ନେଇ ପଳାଇଥିବା ୩ଟି ବଗିକୁ ୪ନମ୍ବର ଲୁପ୍‌ ଲାଇନ୍‌ରେ ରଖି ଅନ୍ୟ ୫୫ଟି ବଗି ନେଇ ଟ୍ରେନ୍‌ଟି ସନ୍ଧ୍ୟା ୭ଟା ସମୟରେ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା। କେଉଁ କାରଣରୁ ଏଭଳି ଦୁର୍ଘଟଣା ଘଟିଲା ରେଳବାଇ ସୂତ୍ରରୁ କୌଣସି ସୂଚନା ମିଳି ନାହିଁି। ଏହାର ତଦନ୍ତ କରାଯାଉଛି ବୋଲି କେବଳ ଷ୍ଟେଶନ ପକ୍ଷରୁ କୁହାଯାଇଛି। ଏଭଳି ଦୁର୍ଘଟଣା ଲାଗି ଡାଉନ୍‌ ଲାଇନ୍‌ରେ ଟ୍ରେନ୍‌ ଚଳାଚଳ ପ୍ରାୟ ୧ଘଣ୍ଟା ୨୦ ମିନିଟ୍‌ ଧରି ବନ୍ଦ ରହିଥିବା ଜଣାପଡିଛି।