କୋଇଲା ଉଦ୍ୟୋଗରୁ ପୁଞ୍ଜି ନିବେଶ ପ୍ରତ୍ୟାହାର ଦାବି: ଖଣି ବନ୍ଦ ଆନ୍ଦୋଳନ

ତାଳଚେର,୨୪।୯(ନି.ପ୍ର.): ଅନୁଗୋଳ ଜିଲା ବିଏମ୍‌ସି, ଆଇଏନ୍‌ଟିୟୁସି, ଏଆଇଟିୟୁସି ଶ୍ରମିକ ସଂଗଠନ ପକ୍ଷରୁ କୋଇଲା ଉଦ୍ୟୋଗରୁ ଶତ ପ୍ରତିଶତ ପ୍ରତ୍ୟକ୍ଷ ପୁଞ୍ଜି ନିବେଶ ପ୍ରତ୍ୟାହାର ଦାବିରେ ମଙ୍ଗଳବାର ଖଣି ବନ୍ଦ ଆନ୍ଦୋଳନ କରାଯାଇଛି। ଫଳରେ ତାଳଚେର କୋଲ୍‌ ଫିଲ୍ଡସ୍‌ରେ ଥିବା ୯ଟି କୋଇଲା ଖଣିରୁ କୋଇଲା ପରିବହନ ଉତ୍ତୋଳନ ବନ୍ଦ ରହିଛି।