କୋଇଡା ସାନିଟାଇଜ ହେଲା

ଟେନସା, ୧୩।୪ (ଡି.ଏନ.ଏ.): ସୁନ୍ଦରଗଡ ଜିଲା କୋଇଡାରେ ଅଗ୍ନିଶମ ବିଭାଗର କର୍ମଚାରୀ ମେଡିକାଲ, ତହସିଲ, ବ୍ଲକ, ଗଳିକନ୍ଦି, ଅସ୍ଥାୟୀ କ୍ବାରାଣ୍ଟାଇନ ସେଣ୍ଟରରେ ରସାୟନିକ ବିଷୋଧକ ସ୍ପ୍ରେ କରି ସାନିଟାଇଜ କରିଛନ୍ତି। ପୋଲିସ ଓ କୋଇଡା ପ୍ରଶାସନ ପକ୍ଷରୁ ଲୋକଙ୍କୁ ଘରୁ ବାହାରକୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । କୋଇଡା ପୋଲିସ, ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ପ୍ରଶାସନ କରୋନା ମୁକାବିଲା ପାଇଁ ପଦକ୍ଷେପ ଗ୍ରହଣ କରିଛି। ଅଗ୍ନିଶମ ଅଧିକାରୀ ଦୀପକ କୁମାର ଜେନା, କୋଇଡା ତହସିଲଦାର ଦୁର୍ଯ୍ୟୋଧନ ଭୋଇ, କୋଇଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡା. ସନକ କୁମାର ପଶୁପାଳ, କୋଇଡା ଥାନା ଅଧିକାରୀ ଦେବେନ୍ଦ୍ର ନାଥ ପେଙ୍ଗୁଆକ ସମେତ ଅଗ୍ନିଶମ ବିଭାଗର କର୍ମଚାରୀ ଏହି ବିଶୋଧନ ପ୍ରକ୍ରିୟାରେ ସାମିଲ ହୋଇଥିଲେ।